The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଟନେଲ ଟ୍ରାଜେଡି ; ଭର୍ଟିକାଲ ଡ୍ରିଲିଂ ଆରମ୍ଭ ହୋଇଥିବା ବେଳେ ସାମିଲ ହେବ ସେନା, ଶ୍ରମିକଙ୍କୁ ମିଳିଛି ଲ୍ୟାଣ୍ଡଲାଇନ ଫୋନ ବ୍ୟବସ୍ଥା

Facebook
Twitter
LinkedIn

ନୂଆଦିଲ୍ଲୀ : ଆଜିକୁ ୧୫ ଦିନ ହେଲା ଟନେଲ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ । ଉଦ୍ଧାର କାର୍ଯ୍ୟରେ ସାମିଲ ହେବ ସେନା ବାହିନୀ । ଟନେଲ ଉପରୁ ଭର୍ଟିକାଲ ଡ୍ରିଲିଂ ଆରମ୍ଭ । ଏଥିରେ ସହଯୋଗ କରିବ ସେନାବାହିନୀ । ଭାଙ୍ଗି ଯାଇଥିବା ଆମେରିକୀୟ ଅଗର ମେସିନକୁ ବାହାର ପାଇଁ ଉଦ୍ୟମ । ଭାଙ୍ଗିଥିବା ଅଗର ମେସିନକୁ ବାହାର ପାଇଁ ସମୟ ଲାଗିବ ନେଇ ସୂଚନା ମିଳିଛି । ଅନ୍ୟପଟେ ଟନେଲ ଉପରୁ ଭର୍ଟିକାଲ ଡ୍ରିଲିଂ ମାନୁଆଲ କରିବାକୁ ଲକ୍ଷ୍ୟ ।
ଏବେ ଟନେଲରେ ଫସିରହିଥିବା ଶ୍ରମିକ ମାନଙ୍କୁ ମିଳିଛି ଲ୍ୟାଣ୍ଡଲାଇନ ଫୋନ ବ୍ୟବସ୍ଥା । ବିଏସଏନଏଲ ପକ୍ଷରୁ ଶ୍ରମିକ ମାନଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଏକ ଛୋଟ ଲ୍ୟାଣ୍ଡଫୋନ ସୁଡ଼ଙ୍ଗ ଭିତରକୁ ପଠାଯାଇଛି । ଯେଉଁଥିରେ ଇନକମିଂ ଏବଂ ଆଉଟଗୋଇଙ୍ଗର ସୁବିଧା ରହିଛି । ସୁଡ଼ଙ୍ଗ ଭିତରେ ନେଟୱର୍କ ନଥିବା କାରଣରୁ ନିକଟରେ ଏକ ଛୋଟ ଟେଲିଫୋନ ଏକ୍ସଚେଞ୍ଜ ସ୍ଥାପିତ ହୋଇଛି ।


ରେସ୍କ୍ୟୁ ଅପରେସନରେ ଲାଗିଥିବା ଉଦ୍ଧାରକାରୀମାନେ ଶ୍ରମିକ ମାନଙ୍କ ପାଇଁ ସ୍ମାର୍ଟଫୋନ ମଧ୍ୟ ପଠାଇଛନ୍ତି । ଯେଉଁଥିରେ ସାପସିଡ଼ି, ଲୁଡ଼ୁ ଭଳି ଅନେକ ଗେମ ଡାଉନଲୋଡ଼ କରି ଦେଇଛନ୍ତି, ଯାହା ଦ୍ୱାରା ସେମାନଙ୍କ ମାନସିକ ସ୍ଥିତି ଠିକ ରହିବ ଏବଂ ଷ୍ଟ୍ରେସ କମ ହେବ । ସ୍ମାର୍ଟଫୋନ ମାଧ୍ୟମରେ ଟନେଲ ଭିତରେ ସେମାନଙ୍କ ସମୟ ସହଜରେ ବିତିଯିବ । କିନ୍ତୁ ନେଟୱର୍କ ନଥିବାରୁ ସେମାନେ ଏହି ସ୍ମାର୍ଟଫୋନରେ କଥା ହେଇ ପାରୁନାହାନ୍ତି ।
ଏହି ସମୟରେ ଆଇଏମଡି ତୁଷାରପାତ ଏବଂ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣି ଜାରି କରିଛି । ପାଣିପାଗ ବିଭାଗ ଉତ୍ତରପ୍ରଦେଶ, ରୁଦ୍ରପ୍ରାୟାଗ, ଚାମୋଲି, ପିଥୋରାଗଡ ଏବଂ ଆଲମୋଡାର ଉପର ଅଞ୍ଚଳରେ ତୁଷାରପାତ ସହିତ ଭାରି ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛି । ସିଲ୍କିଆରା, ବଡକୋଟ୍ ହେଉଛି ଉତ୍ତରପ୍ରଦେଶର ସେହି ଅଞ୍ଚଳ ଯେଉଁଠାରେ ପ୍ରବଳ ତୁଷାରପାତ ହୁଏ । ପାହାଡ଼ିଆ ମାଟି ଯୋଗୁଁ ଏହା ହାଲୁକା ବର୍ଷା ପରେ ମଧ୍ୟ ଏହା ବୁଡ଼ିବାକୁ ଲାଗେ ।


ଏଭଳି ପରିସ୍ଥିତିରେ ଟନେଲ ଭିତରେ ଯେଉଁ ପାଇପ୍ ଭର୍ତ୍ତି କରାଯାଇଛି ଏବଂ ଏଠାରେ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଲୋକଙ୍କ ସୁରକ୍ଷା ପାଇଁ ଏକ ବଡ଼ ଆହ୍ୱାନ ହେବାକୁ ଯାଉଛି । ପାଣିପାଗ ବିଭାଗର ଚେତାବନୀ ଅନୁଯାୟୀ ଯଦି ଏଠାରେ ତୁଷାରପାତ ହୁଏ, ତେବେ ଉଦ୍ଧାର କାର୍ୟ୍ୟ ନିଶ୍ଚିତ ଭାବରେ ପ୍ରଭାବିତ ହେବ । ତୁଷାରପାତ ପରେ ବିଦ୍ୟୁତ୍ ସମସ୍ୟା ଉପୁଜିପାରେ । ଆହୁରି ମଧ୍ୟ ଥଣ୍ଡା ବୃଦ୍ଧି ହେତୁ ଟନେଲରେ ଫସି ରହିଥିବା ଶ୍ରମିକ ଏବଂ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଥିବା ଲୋକମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବେ ।
ଉଦ୍ଧାରକାର୍ୟ୍ୟ ବିଳମ୍ବ ହେଉଥିବା ବେଳେ, ଆଉ କେତେ ସମୟ ଲାଗିବ, ଏବେଠୁ ସଠିକ ଭାବେ କହିବା କଷ୍ଟକର ବୋଲି କହିଛନ୍ତି ଉଦ୍ଧାରକାରୀ ଅଧିକାରୀ । ସେ କହିଛନ୍ତି ଯେ, ମାନୁଆଲ୍ ଡ୍ରିଲିଂ ଆରମ୍ଭ ହେବା ପରେ ହିଁ ସକରାତ୍ମକ ସୂଚନା ଦେଇହେବ । ନଭେମ୍ବର ୧୨ ରେ, ସିଲ୍କିଆରାରେ ନିର୍ମାଣାଧୀନ ଟନେଲର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା । ଶ୍ରମିକମାନେ ଫସି ରହିଥିବା ସ୍ଥାନରେ ରେସ୍କ୍ୟୁ ଟିମ୍ ପହଞ୍ଚିବାକୁ ଅଳ୍ପ ଦୂର ରହିଥିବା ବେଳେ, ଖୋଦେଇ ସମୟରେ ବିଭିନ୍ନ କାରଣରୁ ବାଧା ଯୋଗୁଁ ଉଦ୍ଧାରକାର୍ୟ୍ୟ ବାଧାପ୍ରାପ୍ତ ହେଉଥିବା ଉଦ୍ଧାରକାରୀ ଟିମ୍ ସୂଚନା ଦେଇଛି । ୪୧ ଜଣ ଯାକ ଶ୍ରମିକ ସୁସ୍ଥ ଅଛନ୍ତି ଏବଂ ସେମାନଙ୍କୁ ଖୁବ୍ ଶ୍ରୀଘ୍ର ସୁରକ୍ଷିତ ଭାବେ ଟନେଲ ବାହାରକୁ ଅଣାଯିବା ପାଇଁ ବ୍ୟବସ୍ଥା କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...

ADVERTISEMENT
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...

Login