The Ultimate Managed Hosting Platform
ADVERTISEMENT

ଜୁନ୍‌ରେ ଆରମ୍ଭ ହେବ କ୍ରିସ୍‌-୪ଫିଲ୍ମର ଶୁଟିଂ

Facebook
Twitter
LinkedIn

ନୂଆଦିଲ୍ଳୀ: ବଲିଉଡ୍‌ର ଆକ୍ସନ୍‌ ଷ୍ଟାର ହ୍ରିତିକ ରୋଶନଙ୍କୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି । ହ୍ରିତିକ ଏବେ ନିଜ ଅପ୍‌କମିଂ ଫିଲ୍ମ ‘ବିକ୍ରମ ବେଧା’ର ସୁଟିଂକୁ ନେଇ ଖୁବ୍‌ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସୈଫ୍‌ ଅଲ୍ଲୀ ଖାନ୍‌ ଓ ଦୀପିକା ମଧ୍ୟ ନଜର ଆସିବେ। ସେପଟେ ହ୍ରିତିକଙ୍କୁ ବାପା ରାକେଶ ରୋଶନ କ୍ରିସ୍‌-୪ କୁ ନେଇ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରି ଦେଲେଣି।

ରିପୋର୍ଟ ମୁତାବକ, ରାକେଶ ରୋଶନ ଏବେ ଫିଲ୍ମର କାଷ୍ଟିଂ ଠାରୁ ଆରମ୍ଭ କରି ସବୁ ଜିନିଷ ଉପରେ କାମ ଆରମ୍ଭ କରି ଦେଇଛନ୍ତି। ତେବେ ଏହା ମଧ୍ୟ ଶୁଣା ଯାଉଛି କି କ୍ରିସ୍‌-୪ର ପ୍ରସ୍ତୁତି ଓ ଫିଲ୍ମର କାଷ୍ଟିଂ ଚଳିତ ବର୍ଷ ଜୁନ୍‌ରୁ ଆରମ୍ଭ ହୋଇଯିବ।

କିନ୍ତୁ ଏହି ଫିଲ୍ମରେ କିଏ ଲିଡ୍‌ ହିରୋଇନ୍‌ ଭାବେ କାହାକୁ ନେବେ ଏନେଇ ରାକେଶ ରୋଶନ ଏବେ ଯାଏଁ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ତେବେ ଫିଲ୍ମର ସବୁ ସିରିଜ୍‌ରେ ପ୍ରିୟଙ୍କା ଚୋପ୍ରା ହିଁ ଲିଡ୍‌ ରୋଲ୍‌ରେ ନଜର ଆସିଛନ୍ତି। କିନ୍ତୁ ବର୍ତ୍ତମାନ ହିରୋଇନ୍‌କୁ ନେଇ ଚର୍ଚ୍ଚା ଚାଲିଛି କି କ୍ରିସ୍‌-୪ରେ ଦୀପିକା ନଜର ଆସିପାରନ୍ତି । ଏବେ ହ୍ରିତିକ ‘ବିକ୍ରମ ବେଧା’ର ସୁଟିଂ ସାରିବେ। ତା’ ପରେ ଅଗଷ୍ଟରେ ଦୀପିକା ପାଦୁକୋନ୍‌ଙ୍କ ସହ ଫାଇଟରର ସୁଟିଂ କରିବେ। ଫାଇଟର ସୁଟିଂ ପାଇଁ ହ୍ରିତିକଙ୍କୁ ପ୍ରାୟ ୧୦୦ ଦିନ ଲାଗିବ। ୨୦୨୨ ଶେଷରେ ଫିଲ୍ମର ସୁଟିଂ ସାରିବାକୁ ଯୋଜନା ହୋଇଛି। ୨୮ ସେପ୍ଟେମ୍ବର ୨୦୨୩ରେ ନିର୍ମାତା ‘ଫାଇଟର’ ଫିଲ୍ମକୁ ରିଲିଜ୍‌ କରିବାକୁ ଚାହୁଁଛନ୍ତି। ଏହାର ପୂରା ସିଡ୍ୟୁଲରୁ ଜଣାପଡ଼ୁଛି ଯେ ଆସନ୍ତାବର୍ଷ ହିଁ କିସ୍‌ ୪ର ସୁଟିଂ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି । ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login