ପୁରୀ : ପୁରୀ ଜଗନ୍ନାଥବଲ୍ଲଭ କାର ପାର୍କିଂରୁ ଖସିଲା କାର । ପ୍ରଥମ ମହଲାରୁ ତଳକୁ ଖସିଲା ବୋଲେରୋ । ଭାରସାମ୍ୟ ହରାଇ ଗାଡିଟି ତଳକୁ ଖସିଛି । ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି । ଗୁରୁତର ଡ୍ରାଇଭର ଧାମରା ଅଞ୍ଚଳର ହୋଇଥିବା ସୂଚନା । ଭାଗ୍ୟବଶତଃ ଗାଡ଼ିରେ କୌଣସି ଯାତ୍ରୀ ନଥିଲେ । ଉପରମହଲାରୁ ତଳକୁ ଖସି ପଡ଼ିଥିଲା ବୋଲେରୋ । ଆହତ ଡ୍ରାଇଭରଙ୍କୁ ପୁରୀ ସଦର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କିପରି ଗାଡ଼ିଟି ତଳକୁ ଖସି ପଡ଼ିଲା ଟାଉନ ଥାନା ପୋଲିସ ତଦନ୍ତ କରୁଛି ।
Views: 50