The Ultimate Managed Hosting Platform
ADVERTISEMENT

ଭାରତରେ ଉତ୍ପାଦନ ହେବ ସେମି କଣ୍ଡକ୍ଟର ଚିପ୍, ପ୍ରଧାନମନ୍ତ୍ରୀଙ୍କ ଘୋଷଣା

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତରେ ଚଳିତ ବର୍ଷ ଶେଷ ସୁଦ୍ଧା ସେମିକଣ୍ଡକ୍ଟର ଚିପ୍ ତିଆରି ହେବ। ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଏହା ସହ ଦେଶ ଏବେ 6G ପ୍ରଯୁକ୍ତିବିଦ୍ୟାର ବିକାଶ ପାଇଁ ମଧ୍ୟ କାର୍ୟ୍ୟ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ସ୍ମାର୍ଟଫୋନ୍, କମ୍ପ୍ୟୁଟର, ମେଡିକାଲ ଉପକରଣ ଭଳି ଇଲେକଟ୍ରୋନିକ୍ସ ଯନ୍ତ୍ରାଂଶରେ ସେମିକଣ୍ଡକ୍ଟର ଚିପ୍ ବ୍ୟବହାର ହୋଇଥାଏ । ଏ ପର୍ୟ୍ୟନ୍ତ ଭାରତ ଏହି ଚିପ୍ଗୁଡ଼ିକୁ ବିଦେଶରୁ ଆମଦାନୀ କରୁଥିଲା । ଯାହା ଦେଶର ଅର୍ଥନୀତି ଏବଂ ସୁରକ୍ଷା ପାଇଁ ଏକ ବଡ଼ ନିର୍ଭରତା ସୃଷ୍ଟି କରିଥିଲା । ଏହା ଦେଶରେ ଉତ୍ପାଦନ କ୍ଷେତ୍ରରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ବିଶ୍ୱ ବଜାରରେ ଭାରତର ସ୍ଥାନକୁ ସୁଦୃଢ଼ କରିବ। ଏହି ଉଦ୍ୟୋଗ ସଫଳ ହେଲେ, ଭାରତ କେବଳ ପ୍ରଯୁକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବ ନାହିଁ। ବରଂ ବିଶ୍ୱରେ ଏକ ପ୍ରମୁଖ ପ୍ରଯୁକ୍ତି ଶକ୍ତି ଭାବେ ଉଭା ହେବ । ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଭାରତ 6G ପ୍ରଯୁକ୍ତିବିଦ୍ୟାର ବିକାଶ ପାଇଁ କାର୍ୟ୍ୟ ଆରମ୍ଭ କରିଛି । ଭାରତ ବର୍ତ୍ତମାନ ବିଶ୍ବର ୧୦୦ଟି ଦେଶକୁ ବୈଦ୍ୟୁତିକ ଯାନ ରପ୍ତାନି କରିବାକୁ ଯାଉଛି । ଯାହାର ସଫଳତା ସହିତ ଜଡିତ କାର୍ୟ୍ୟକ୍ରମ ଦୁଇ ଦିନ ପରେ ଅର୍ଥାତ୍ ମଙ୍ଗଳବାର ଆୟୋଜିତ ହେଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login