The Ultimate Managed Hosting Platform
ADVERTISEMENT

ପ୍ୟାରିସ ଅଲମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ

Facebook
Twitter
LinkedIn

ନୂଆଦିଲ୍ଲୀ: ପ୍ୟାରିସ ଅଲମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ । ପୁରୁଷ ୫୦ ମିଟର ରାଇଫଲସ ୩ପିରେ ଭାରତକୁ ବ୍ରୋଞ୍ଜ । ପୁରୁଷ ୫୦ ମିଟର ରାଇଫଲ ୩ ପୋଜିସନ୍ସ ଫାଇନାଲରେ ସ୍ୱପ୍ନିଲ କୁଶାଲେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହି ପ୍ରତିଯୋଗିତା ଆରମ୍ଭରୁ ସ୍ୱପ୍ନିଲ ଯଥାକ୍ରମେ ଷଷ୍ଠ, ପଞ୍ଚମ, ଚତୁର୍ଥ ସ୍ଥାନରେ ରହି ତା’ପରେ ତୃତୀୟ ସ୍ଥାନକୁ ଆସିଥିଲେ।
ଏହା ପୂର୍ବରୁ ଭାରତ ଦୁଇଟି ପଦକ ଜିତିଥିବା ବେଳେ ଏହା ମଧ୍ୟରେ ମୋଟ ଅଲିମ୍ପିକ୍ସ ପଦକ ସଂଖ୍ୟା ୩ରେ ପହଞ୍ଚି ଯାଇଛି । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ବ୍ରୋଞ୍ଜ ଜିତିଥିବା ବେଳେ ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ମନୁ ଭାକର-ସରବଜୋତ ସିଂହ ବ୍ରୋଞ୍ଜ ମେଡାଲ ଜିତିଥିଲେ । ପ୍ୟାରିସ ଅଲିମ୍ପିକ୍ସର ଷଷ୍ଠ ଦିବସରେ ବ୍ରୋଞ୍ଜ ପଦକ ଜିତି ସ୍ୱପ୍ନିଲ କୁସାଲେ ଇତିହାସ ରଚିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login