The Ultimate Managed Hosting Platform
ADVERTISEMENT

ଛାତ୍ରୀଙ୍କ ମୃତଦେହ ନେଉନାହାନ୍ତି ପରିବାର

Facebook
Twitter
LinkedIn

ଉଦଳା : ୨ୟ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା । ନ୍ୟାୟ ଦାବିରେ ମୃତଦେହ ନେଉନାହାନ୍ତି ପରିବାର । ୧୧ ଘଣ୍ଟାରୁ ଅଧିକ ହେବ ମେଡିକାଲରେ ପଡିରହିଛି ମୃତଦେହ । ଉଦଳା ଥାନା ଶାଳଖୁଣ୍ଟା ଏସଏସଡି ଆଶ୍ରମ ବିଦ୍ୟାଳୟ ହଷ୍ଟେଲରୁ ଗତକାଲି ଦ୍ଵିତୀୟ ଶ୍ରେଣୀ ଛାତ୍ରୀ କାନ୍ଦରୀ ମଢେଇର ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାର ପ୍ରତିଶୃତି ଦେଇଥିଲା ପ୍ରଶାସନ । ହେଲେ ମୃତ ଛାତ୍ରୀଙ୍କ ପରିବାରଲୋକ ସିସିଟିଭି ଫୁଟେଜ ଦେଖି ଅସନ୍ତୋଷ ଜାହିର କରିଥିଲେ । ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ବଦଳି ଦାବି କରି ଜିଦରେ ଅଡ଼ି ବସିଛନ୍ତି । ଗତକାଲି ମଧ୍ୟାହ୍ନରେ ହଷ୍ଟେଲ ଛାତ୍ରୀମାନେ ଖାଇବା ପାଇଁ ଯିବା ସମୟରେ କାନ୍ଦରୀଙ୍କ ସାଙ୍ଗ ବାହାରକୁ ଆସିଥିଲେ । ଏହି ସମୟରେ ସେ ବିଦ୍ୟାଳୟ ପଛପଟୁ କାନ୍ଦରୀଙ୍କୁ ଦେଖି ମେଟ୍ରୋନ ଏବଂ ଅନ୍ୟ ମାନଙ୍କୁ ଜଣାଇଥିଲେ । କାନ୍ଦରୀଙ୍କୁ ଉଦ୍ଧାର କରି ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ମୃ୍ତ ଘୋଷଣା କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login