ବିଶାଖାପାଟନା : ବାଣ ତିଆରି କାରଖାନାରେ ପ୍ରଚଣ୍ଡ ବିସ୍ଫୋରଣ । ୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୭ ଜଣ ଆହତ । ଆନ୍ଧ୍ରପ୍ରଦେଶର ଆନକାପଲ୍ଲୀ ଜିଲ୍ଲାର କୋଟୁରତଲା ମଣ୍ଡଳ ଅନ୍ତର୍ଗତ କୈଳାସପାଟନମ୍ ଗ୍ରାମରେ ଘଟିଛି ଅଘଟଣ । ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ରବିବାର ଅପରାହ୍ନରେ ବାଣ ତିଆରି ଚାଲିଥିବା ସମୟରେ ଏହାର ଏକ ଗୋଦାମରେ ନିଆଁ ଲାଗିଯାଇଥିଲା ଏବଂ ମାତ୍ର କିଛି ମିନିଟ୍ ମଧ୍ୟରେ ପ୍ରଚଣ୍ଡ ବିସ୍ଫୋରଣରେ ପୂରା କାରଖାନା ଧ୍ବଂସ ହୋଇଯାଇଥିଲା। ବିପୁଳ ପରିମାଣର ବାଣ ମହଜୁଦ ଥିବା ଏକ କୋଠାରୀରେ ପ୍ରଥମେ ନିଆଁ ଲାଗିଥିଲା ଏବଂ ଏହା ସଂଲଗ୍ନ ଅନ୍ୟ ଏକ ହଲ୍ରେ ମୋଟ ୧୫ ଜଣ ଶ୍ରମିକ ବାଣ ତିଆରିରେ ନିୟୋଜିତ ଥିଲେ। ତୁହାକୁ ତୁହା ବିସ୍ଫୋରଣ ଯୋଗୁଁ ଶ୍ରମିକମାନେ ବାହାରକୁ ବାହାରି ପାରିନଥିଲେ । ଏହି ଘଟଣାର ସମସ୍ତ ମୃତକ କାକିନାଡ଼ା ଜିଲ୍ଲାର ସମରଲାକୋଟା ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ମୃତକଙ୍କୁ ଉଦ୍ଧାର କରିଛନ୍ତି। ଏହି ଘଟଣାରେ କିଛି ଲୋକ ଗୁରୁତର ଭାବେ ଜଳିଯାଇଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ପୁଲିସ ଆଶଙ୍କା କରୁଛି। ବିସ୍ଫୋରଣର ପ୍ରକୃତ କାରଣ ପୁଲିସ ଏପର୍ୟ୍ୟନ୍ତ ଜାଣି ପାରିନାହିଁ ଏବଂ ଏହା ବେଆଇନ ବାଣ କାରାଖାନା ଥିଲା କି ନାହିଁ ସେ ନେଇ ତଦନ୍ତ ଜାରି ରଖିଛି।
ବାଣ କାରଖାନାରେ ବିସ୍ଫୋରଣ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











