ନୂଆଦିଲ୍ଲୀ : ଛତିଶଗଡ଼ରେ ପ୍ରଥମ ଏଚଏମପିଭି ମାମଲା ସାମ୍ନାକୁ ଆସିଛି । କୋରବା ଜିଲ୍ଲାରେ ତିନି ବର୍ଷର ଏକ ଶିଶୁଠାରେ ହ୍ୟୁମାନ ମେଟାନ୍ୟୁମୋଭାଇରସ୍ ବା ଏଚଏମପିଭି ଚିହ୍ନଟ ହୋଇଛି । ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ଏହା ହେଉଛି ପ୍ରଥମ ଏଚଏମପିଭି ମାମଲା । ଏ ନେଇ ସତର୍କ ସୂଚନା ଜାରି କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟିମ୍ ସମୟ ସମୟରେ ଏହାର ଯାଞ୍ଚ କରୁଛି ।ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ କୋରବା ଜିଲ୍ଲାର ତିନି ବର୍ଷର ଏହି ଶିଶୁ ଜାନୁୟାରୀ ୨୭ରୁ ବିଳାସପୁରର ଏକ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛି । ସେଠାରେ ତା’ର ଚିକିତ୍ସା ଚାଲିଛି । ଅଧିକାରୀ କହିଛନ୍ତି ଯେ ଶିଶୁଠାରେ ଏଚଏମପିଭି ନିଶ୍ଚିତ ହେବା ପରେ ବିଳାସପୁର ଓ କୋରବା ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି । ଶିଶୁକୁ ଉନ୍ନତ ଚିକିତ୍ସା ପାଇଁ ରାୟପୁର ଏମ୍ସକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି ।
Views: 28