ବାରଙ୍ଗ: ଆଖି ବୁଜିଲା ଧଳା ବାଘୁଣୀ ସ୍ନେହା । ଗତକାଲି ବାଘୁଣୀ ସ୍ନେହା ଅସୁସ୍ଥ ହେବାରୁ ତାକୁ ସାଲାଇନ୍ ଲଗାଇ ଚିକିତ୍ସା କରାଯାଉଥିଲା । ଚିକିତ୍ସାଧୀନ ଅବସ୍ଥାରେ ବାଘୁଣୀ ସ୍ନେହାର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅଧିକାରୀ । ଆଜି ଚିକିତ୍ସାଧିନ ଅବସ୍ଥାରେ ବାଘୁଣୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ପ୍ରଚଣ୍ଡ ଗରମ ସାଙ୍ଗକୁ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ଗତକାଲି ବାଘୁଣୀ ସ୍ନେହା ଗୁରୁତର ହୋଇପଡ଼ିଥିଲା । ଶୋଇରହିଥିବା ସ୍ଥାନରୁ ଦୀର୍ଘ ସମୟ ପର୍ୟ୍ୟନ୍ତ ନ ଉଠିବାରୁ ପ୍ରାଣୀ ଉଦ୍ୟାନ ଅଧିକାରୀମାନେ ଓୟୁଏଟିର ପ୍ରାଣୀ ଚିକିତ୍ସକଙ୍କୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ସ୍ନେହାର ଚିକିତ୍ସା ଆରମ୍ଭ ହୋଇଥିଲା । ସାଲାଇନ ସହିତ ଭିଟାମିନ ଓ ଆଣ୍ଟିବାୟୋଟିକ ମଧ୍ୟ ଦିଆଯାଇଥିଲା । ଏହାସହ ତା’ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଥିଲା । ଶେଷରେ ଆଜି ଧଳା ବାଘୁଣୀ ସ୍ନେହାର ମୃତ୍ୟୁ ଘଟିଛି।
Views: 58