ନୂଆଦିଲ୍ଲୀ : ନାମାଙ୍କନ ଦାଖଲ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଗୁଜୁରାଟ ଗାନ୍ଧୀନଗର ଆସନ ପାଇଁ ନାମାଙ୍କନ ଭରିଲେ । ନାମାଙ୍କନ ବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଉପସ୍ଥିତ । ସୂଚନାଯୋଗ୍ୟ, ଚଳିତ ଥର ଅମିତ ଶାହଙ୍କ ବିପକ୍ଷରେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ସୋନଲ ପଟେଲ । ୨୦୧୯ ଲୋକସଭା ନିର୍ବାଚନରେ ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧୀନଗର ଆସନରୁ ୮ ଲକ୍ଷ ୯୦ ହଜାରରୁ ଅଧିକ ଭୋଟ ପାଇଥିଲେ। ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରହିଥିଲେ ସିଜେ ଚାୱଡା। ସେ ପାଖାପାଖି ୩ ଲକ୍ଷ ଭୋଟ ପାଇଥିଲେ। ଅମିତ ଶାହ ୫ ଲକ୍ଷ ୫୦- ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।
Views: 81











