ଜୟପୁର : ବାଇକରେ ଯିବା ବେଳେ ଗଛ ଡାଳ ପଡି ଚାଲିଗଲା ଛାତ୍ରଙ୍କ ଜୀବନ । ବୈପାରିଗୁଡା ମହୁଲି ଘାଟି ନିକଟରେ ଉପରେ ଭାଙ୍ଗି ପଡିଲା ଡାଳ । ମୃତ ଛାତ୍ର ଜଣଙ୍କ ବାରଙ୍ଗପୁର ଡ଼ଙ୍ଗରଛିଞ୍ଚି ଗାଁର ବୋଲି ସୂଚନା ରହିଛି। ବୈପାରୀଗୁଡ଼ା ରାଞ୍ଚି-ବିଜୟୱାଡା ଏନଏଚ ମହୁଲି ନିକଟରେ ଏପରି ଅଘଟଣ ଘଟିଛି । ସୂଚନା ଅନୁସାରେ ଛାତ୍ରମାନେ କଲେଜ ଯାଉଥିବା ସମୟରେ ହଠାତ ବିରାଟକାୟ ବଟବୃକ୍ଷ ଡ଼ାଳ ସେମାନଙ୍କ ଉପରେ ଭାଙ୍ଗିପଡ଼ିଲା । ଛାତ୍ର ମାନେ ଡାଳ ତଳେ ଚାପି ହୋଇଯାଇଥିଲେ ଫଳରେ ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକମାନେ ଘଟଣାସ୍ଥଳକୁ ଯାଇ ଗୁରୁତର ଆହତ ଦୁଇ ଛାତ୍ରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଛନ୍ତି । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବିଭାଗର ଅଧିକାରୀମାନେ ଉପସ୍ଥିତ ଅଛନ୍ତି।
Views: 65