ନୂଆଦିଲ୍ଲୀ : ସୁନା ଦର ଦିନକୁ ଦିନ ବଢ଼ିବା ସହ ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ କରିଚାଲିଛି । ମାର୍ଚ୍ଚ ୧୯ରେ ଲଗାତର ଦ୍ବିତୀୟ ଦିନରେ ସୁନା ଦର ନୂଆ ରେକର୍ଡ କରିଛି । ମିଡିଲ ଇଷ୍ଟରେ ସୃଷ୍ଟି ହୋଇଥିବା ଉତ୍ତେଜନା ପରିସ୍ଥିତି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତିର ଆର୍ଥିକ ପ୍ରଭାବ ସୁନାର ’ସୁରକ୍ଷିତ ନିବେଶ’ ଛବିକୁ ଆହୁରି ମଜବୁତ କରିଛି । ଏମସିଏକ୍ସ ଗୋଲ୍ଡ (୫ ଏପ୍ରିଲ କଣ୍ଟ୍ରାକ୍ଟ)ର ଦର ୦.୨୦ ପ୍ରତିଶତ ବଢ଼ି ୧୦ ଗ୍ରାମ ପିଛା ଦର ୮୮,୮୯୦ ଟଙ୍କାରେ ପହଞ୍ଚି ଯାଇଛି । ଇସ୍ରାଏଲ ଓ ଫିଲିସ୍ତିନୀ ମିଲିଟାଣ୍ଟ ଗ୍ରୁପ ହମାସ ମଧ୍ୟରେ ବଢ଼ୁଥିବା ସଂଘର୍ଷ ଭୂ-ରାଜନୈତିକ ମୋର୍ଚ୍ଚା ଉପରେ ନୂଆ ଅନିଶ୍ଚିତତା ସୃଷ୍ଟି କରିଛି । ଫଳରେ ସୁନା ଦରକୁ ସପୋର୍ଟ ମିଳୁଛି । ଏକ ରିପୋର୍ଟ ମୁତାବକ ଇସ୍ରାଏଲ ବିମାନ ଆକ୍ରମଣରେ ୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଦୁଇ ମାସ ମଧ୍ୟରେ ଯୁଦ୍ଧବିରାମର ସମ୍ଭାବନା ସମାପ୍ତ ହୋଇଯାଇଛି । କାରଣ ହମାସ କବଜାରେ ଥିବା ବନ୍ଧକଙ୍କୁ ମୁକ୍ତ କରିବାକୁ ଓ ଅଧିକ ବଳ ପ୍ରୟୋଗ କରିବାକୁ ଇସ୍ରାଏଲ ଘୋଷଣା କରିଥିବା ଫିଲିସ୍ତିନୀ ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି । ଏବେ ସଭିଙ୍କ ନଜର ୟୁଏସ ଫେଡେରାଲ ରିଜର୍ଭର ମୁଦ୍ରା ନୀତି ଓ ଫେଡ ଚେୟାରମ୍ୟାନଙ୍କ ଆର୍ଥିକ ବିକାଶ ଓ ମୁଦ୍ରାସ୍ଫୀତି ପ୍ରାଜେକ୍ସନ ଉପରେ ରହିଛି । ଟ୍ରମ୍ପଙ୍କ ଆକ୍ରମଣାତ୍ମକ ଟାରିଫ ନୀତି କାରଣରୁ ଅନିଶ୍ଚିତତା ବୃଦ୍ଧି ପାଇଥିବା ବେଳେ ଏପରି ସ୍ଥିତିରେ ଫେଡ ସୁଧ ହାର ହ୍ରାସ କରିବ ବୋଲି ଏକ୍ସପର୍ଟ ଆଶା କରିଛନ୍ତି ।
ରେକର୍ଡ କଲା ସୁନା ଦର, ୨୪ କ୍ୟାରେଟ ସୁନା ଦର ୯୦ ହଜାର ନିକଟତର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











