ଭୁବନେଶ୍ୱର : ଝାରସୁଗୁଡାରେ ଅନାଥ ଛୁଆଙ୍କ ଦାୟିତ୍ୱ ନେଲେ ରାଜ୍ୟ ସରକାର । ଏ ନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଖୁବଶୀଘ୍ର କାର୍ଯ୍ୟକାରୀ ହେବ ପୋଷ୍ୟ ସନ୍ତାନ ଯୋଜନା । ଏପ୍ରିଲ ପହିଲାରୁ ମାଗଣାରେ ଅନାଥ ଶିଶୁଙ୍କୁ ଶିକ୍ଷା ଦାନ କରାଯିବ । ସିଏସଆର ପାଣ୍ଠିର ବିନିଯୋଗରେ ମାଗଣା ଶିକ୍ଷାଦାନ କରାଯିବ । ଏ ନେଇ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି । କମିଟିରେ ଏମସିଏଲ କର୍ତ୍ତୁପକ୍ଷ, ମହିଳା ଶିଶୁ ଓ ବିକାଶ ଅଧିକାରୀ ରହିବେ । ଜିଲ୍ଲା ଶିକ୍ଷା ଅଧିକାରୀ କମିଟିରେ ରହିବେ । ଏହାକୁ ନେଇ ଟ୍ରଷ୍ଟ ବୋର୍ଡ ହେବ ।
Views: 26