ଉମରକୋଟ (ବିଶ୍ଵଜିତ ମଲ୍ଲିକ) : ଏବେବି ଆଧୁନିକ ସମାଜରେ ବାପା ମା ଝିଅ ଅପେକ୍ଷା ପୁଅକୁ ଅଧିକ ଗୁରୁତ୍ବ ଦେଇଥାନ୍ତି। ଏପରିକି କିଛି ଦମ୍ପତି ଝିଅ ଗର୍ଭରେ ଅଛି ବୋଲି ଜାଣିବା ମାତ୍ରେ ଭ୍ରୁଣ ହତ୍ୟା କରି ଦେଇଥାଆନ୍ତି। କିନ୍ତୁ ଏହି ସମାଜରେ ଏପରି ବି ଦମ୍ପତି ଅଛନ୍ତି ଯେ ଝିଅଟି ଜନ୍ମ ହେବା ପରେ ତାକୁ ବିରାଟ ବଡ ଆଡମ୍ବରରେ ଘରକୁ ନେଇ ଯାଇଛନ୍ତି।
ହସ୍ପିଟାଲରୁ ଝିଅକୁ ନେବା ବେଳେ ବର ବାହା ହେବା ବେଳେ ଯେମିତି କାରକୁ ସଜ୍ଜା ହେଇଥାଏ ଠିକ ସେପରି ନିଆଯାଇଥିଲା। ଏପରି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା ଉମରକୋଟ ଉପଖଣ୍ଡ ହସ୍ପିଟାଲ ଠାରେ। ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହରର ଡଙ୍ଗରିଗୁଡ଼ା ଗ୍ରାମର ପ୍ରଣୟ ବାଲ। ଓ ପିପି ପଲିଶ୍ରୀଙ୍କର ଉମରକୋଟ ହସ୍ପିଟାଲ ଠାରେ ଶନିବାର ଦିନ ଏକ ଝିଅଟି ଜନ୍ମ ହେଇଥିଲା।ଏହା ତାଙ୍କର ପ୍ରଥମ ସନ୍ତାନ ହୋଇଥିଲା। ଛୁଆଟିର ହସ୍ପିଟାଲରୁ ଡିସଚାର୍ଜ ହେ। ପରେ ଖୁସି ରେ ପରିବାର ଲୋକ ଗୋଟାଏ କାରକୁ ବର ଯିବା ପରି ସଜାଇ ଘରକୁ ନେଇ ଥିଲେ। ଏହା କନ୍ୟା ସନ୍ତାନର ଜନ୍ମକୁ ନେଇ ଯେଉଁ ମାନେ ଘୃଣା କରନ୍ତି ତାଙ୍କୁ ଏକ ପ୍ରକାର ଶିକ୍ଷା ବୋଲି ଆଲୋଚନା ହେଉଛି।
କନ୍ୟା ସନ୍ତାନ ଜନ୍ମ ହେବା ଖୁସିରେ କାର ସଜେଇ ଘରକୁ ନେଲେ ପିତା ମାତା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











