ପୁରୀ : ଆଜି ସପ୍ତପୁରୀ ଅମାବାସ୍ୟା । ମହାପ୍ରଭୁ ଶ୍ରୀ ଜଗନ୍ନାତଙ୍କ ପାଖରେ ଲାଗି ହୁଏ ସପ୍ତପୁରୀ ଭୋଗ । ଆଜି ସକାଳୁ ଠାକୁରଙ୍କ ଅବକାଶ ନୀତି ସରିବା ପରେ ବେଶ କରାଯାଇଥିଲା । ଗମ୍ଭିରାରେ ପାଣି ପଡି ଟେରା ବନ୍ଧାଯିବା ପରେ ସକାଳ ଧୂପ ସହ ସାତପୁରୀ ଭୋଗ ରୋଷ ଘରୁ ଆସିବା ପରେ ପୂଜା ପଣ୍ଡା ଷୋଡଶ ଉପଚାରରେ ପୂଜା କରିଥିଲେ । ଏହି ଦିନ ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସେବାୟତଙ୍କ ଦ୍ୱାରା ଏକ ବଡ ସପ୍ତପୁରୀ ପ୍ରସ୍ତୁତ କରାଯାଇ ଠାକୁରଙ୍କ ଠାରେ ଭୋଗଲାଗି ହୋଇଥାଏ । ଏହାକୁ ସପ୍ତପୁରୀ ତାଡ ମଧ୍ୟ କୁହାଯାଇଥାଏ । ଏହି ଦିନ ଶ୍ରୀ ନୀଳମାଧବଙ୍କ ପାଖରେ ମଧ୍ୟ ସାତପୁରୀ ପିଠାର ଭୋଗ ଲାଗି ହୋଇଥାଏ ।
Views: 88











