ଭୁବନେଶ୍ୱର : କାର୍ଯ୍ୟରେ ଅବହେଳା ପାଇଁ ଖଣ୍ଡଗିରି ଥାନା ଏସଆି ଦେବୀ ପ୍ରସାଦ ଭୂୟାଁ ନିଲମ୍ବିତ । କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ କମିଶନର । ଏକ ଏନଡିପିଏସ ମାମଲାରେ ନିର୍ଦ୍ଧାରିତ ଦିନ ଭିତରେ ଚାର୍ଜସିଟ ଦାଖଲ ନ କରିବାରୁ ଶ୍ରୀ ଭୂୟାଁଙ୍କ ଉପରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଠିକ୍ ସମୟରେ ଚାର୍ଜସିଟ୍ ଦାଖଲ ନହେବାରୁ ଅଭିଯୁକ୍ତଙ୍କୁ ଜାମିନ ମିଳିଥିଲା । ଏହି ଘଟଣାର ତଦନ୍ତ ପରେ ଶ୍ରୀ ଭୂୟାଁଙ୍କୁ ନିଲମ୍ବନ କରାଯାଇଛି ।
Views: 33