ନୂଆଦିଲ୍ଲୀ : ପ୍ରେମ ବର୍ତ୍ତମାନ ସମୟରେ ଅପଶବ୍ଦ ହୋଇଗଲାଣି । କାରଣ ପ୍ରେମ ପାଇଁ କେତେବେଳେ ବି କାହାର ଜୀବନ ଚାଲି ଯାଉଛି । ମଧ୍ୟପ୍ରଦେଶରୁ ଆସିଛି ଲୋମହର୍ଷକ ହତ୍ୟାକାଣ୍ଡର କାହାଣୀ । ଜଣେ ମହିଳାଙ୍କୁ ହତ୍ୟା କରି ଅଭିଯୁକ୍ତ ମୃତଦେହକୁ ଫ୍ରିଜରେ ରଖିଥିଲା ୮ ମାସ। ଘଟଣା ଘଟିଛି ଦେୱାସ ଜିଲ୍ଲାରେ। ଅଭିଯୁକ୍ତ ସଞ୍ଜୟ ପଟିଦାର ଏହି ମହିଳାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ଫ୍ରିଜରୁ ଶବ ଶବତ ପରେ ଦେଖାଯାଇଥିଲା ମହିଳାଜଣକ ବେକରେ ରଶି ଗୁଡାଯାଇଥିବାବେଳେ ସେ ଶାଢି ପିନ୍ଧିଛନ୍ତି। ଏପରିକି ସେ ଅଳଙ୍କାର ମଧ୍ୟ ପିନ୍ଧିଥିବା ଦେଖାଯାଇଛି। ମୃତକଙ୍କ ନାଁ ପିଙ୍କି ପ୍ରଜାପତି ବୋଲି ଜଣାଯାଇଛି।
ଗତବର୍ଷ ଜୁନରେ ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ଗତ ୫ ବର୍ଷ ଧରି ଉଜ୍ଜୈନର ସଞ୍ଜୟ ଏହି ମହିଳାଙ୍କ ସହ ଲିଭ ଇନରେ ରହୁଥିଲା। ବାହା ହେବା ଲାଗି ପିଙ୍କି ବାଧ୍ୟ କରିବାରୁ ଉତକ୍ଷିପ୍ତ ହୋଇ ସଞ୍ଜୟ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ବନ୍ଧୁଙ୍କ ସହାୟତାରେ ପିଙ୍କିଙ୍କୁ ସେ ହତ୍ୟା କରିଥିଲା। ଘରୁ ପଚା ବାସ୍ନା ବାହାରିବାରୁ ଘର ମାଲିକ ଘରର ଏକ ଅଂଶ ଭାଙ୍ଗିଥିଲେ। ତା ଭିତରୁ ମିଳିଥିବା ଫ୍ରିଜରୁ ମହିଳାଙ୍କ ଶବ ଠାବ କରାଯାଇଥିଲା। ଘରର ମାଲିକ ହେଉଛନ୍ତି ଧୀରେନ୍ଦ୍ର ଶ୍ରୀବାସ୍ତବ ଓ ସେ ଇନ୍ଦୋରରେ ବାସ କରନ୍ତି। ଗତ ଜୁନ ୨୦୨୩ରୁ ସଞ୍ଜୟ ସେହି ଘରକୁ ଭଡା ନେଇଥିଲା। ଗତବର୍ଷ ସଞ୍ଜୟ ଘର ଛାଡିଦେଇଥିଲେ ବି ସେହି ଘରୁ ଜିନିଷ ପତ୍ର ନେଇ ନଥିଲା। ତେବେ ଫ୍ରିଜଟି କାମ କରିବା ବନ୍ଦ କରିଦେବାରୁ ଦୁର୍ଗନ୍ଧ ବାହାରିଥିଲା।
Crime : ଲିଭ ଇନ ପାର୍ଟନରଙ୍କୁ ମାରି ୮ ମାସ ଫ୍ରିଜରେ ରଖିଥିଲା ପ୍ରେମିକ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











