The Ultimate Managed Hosting Platform
ADVERTISEMENT

ଓଜନ ହ୍ରାସଠୁ ଆରମ୍ଭ କରି ଅନେକ ସମସ୍ୟା ଦୂର କରେ ଅଁଳା

Facebook
Twitter
LinkedIn

ବ୍ୟୁରୋ : ଅଁଳା… ଶରୀରର ପ୍ରତିରୋଧକ କ୍ଷମତା ବଢ଼ାଇବା ହେଉ ବା ଖାଇବା ଦ୍ୱାରା ପାଚନ କ୍ରିୟା ମଜବୁତ ହେଉ ସବୁଥି ପାଇଁ ଲାଭ ଦାୟକ ହୁଏ । ଅଁଳାରେ ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ, କ୍ୟାଲସିୟମ, ଆଇରନ୍, ପୋଟାସିୟମ ଭଳି ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି ।କେଶ ଏବଂ ଆଖି ପାଇଁ ମଧ୍ୟ ଅଁଳା ବହୁତ ଲାଭଦାୟକ । ଅଁଳା ଆମକୁ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ । ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟରରେ ଭରପୂର ଅଁଳା ।ଏହା ଖାଇବା ଦ୍ବାରା ଥଣ୍ଡା ଏବଂ ଜ୍ୱର ଭଳି ରୋଗରୁ ମୁକ୍ତି ଦେଇଥାଏ । ଏହା ସେବନ କଲେ ଇମ୍ୟୁନିଟି ପାୱାରକୁ ବଢାଇଥାଏ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ, ଏହା ପାଚନ ଶକ୍ତିକୁ ଉନ୍ନତ କରିଥାଏ । ହାର୍ଟ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏହା ସହିତ ଡାଇବେଟିସ ଭଳି ରୋଗରୁ ମଧ୍ୟ ରକ୍ଷା କରିଥାଏ । ଯାହା ସ୍ବାସ୍ଥ୍ୟ ବ୍ୟତୀତ ଘନ ଏବଂ ସୁନ୍ଦର କେଶ ପାଇଁ ଭଲ ବୋଲି ବିବେଚନା କରାଯାଇଥାଏ । ଏହା ସହିତ ଅଁଳା ଆପଣଙ୍କ କୋଲେଷ୍ଟ୍ରଲ୍ ସ୍ତରକୁ କମ କରିବାରେ ଏବଂ ରକ୍ତଚାପକୁ ଉନ୍ନତ କରିବାରେ ସାହାଯ୍ୟ କରେ ।କେବଳ ଏତିକି ନୁହେଁ ଅଁଳା ଆପଣଙ୍କ ମେମୋରୀ ପାୱାରକୁ ମଧ୍ୟ ମଜବୁତ କରିଥାଏ । ଏହା ସେବନ କରିବା ଦ୍ବାରା ତ୍ବଚାରେ ଏକ ଭିନ୍ନ ଚମକ ଆଣିଥାଏ । ତେଣୁ ଏହାକୁ ସେବନ କରିବା ଆମ ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ । ଯଦି ଆପଣ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ପ୍ରତ୍ୟେକ ଦିନ ଅଁଳା ପାଣି ପିଇବା ଅଭ୍ୟାସ କରନ୍ତୁ, ଦେଖିବେ ଆପଣଙ୍କର ସମସ୍ତ ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆଉ ୩ ଜିଲ୍ଲାକୁ ଗଡିବ ମୋ ବସ୍

ଏଣିକି ଆମ ବସରେ ଯାତ୍ରା କରିବେ କ୍ରୁଟ ଅଧିକାରୀ , ଡ୍ରାଇଭରଙ୍କ ପାଖରେ ବସି ଯାତ୍ରୀଙ୍କ ନେବେ ମତାମତ

ଭୁବନେଶ୍ୱର : ଆମ ବସ୍ ସେବାରେ ସାଧାରଣ ଯାତ୍ରୀଙ୍କ ଯାତ୍ରା ଅଭିଜ୍ଞତା ବୃଦ୍ଧି ନେଇ କ୍ରୁଟ୍ ପକ୍ଷରୁ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । କ୍ରୁଟ୍...

ADVERTISEMENT
ସ୍ୱୟଂ ସହାୟକ ଗୋଷ୍ଠିକୁ ମୋଦିଙ୍କ ୧୦୦୦ କୋଟି ଟଙ୍କା ଭେଟି

ଟ୍ରମ୍ପଙ୍କୁ ମୋଦିଙ୍କ କଡା ବାର୍ତ୍ତା , ଭାରତ କାହା ଆଗରେ ମୁଣ୍ଡ ନୁଆଁଇବ ନାହିଁ

ନୂଆଦିଲ୍ଲୀ : ଟାରିଫ ବିବାଦ ମଧ୍ୟରେ ପରୋକ୍ଷରେ ଟ୍ରମ୍ପଙ୍କୁ ମୋଦିଙ୍କ କଡା ବାର୍ତ୍ତା । ଚାଷୀଙ୍କ ସ୍ୱାର୍ଥ ସହ କେବେ ସାଲିସ କରାଯିବ ନାହିଁ କହିଲେ ମୋଦି...

Login