ନୂଆଦିଲ୍ଲୀ : ଜଷ୍ଟିସ ଯଶବନ୍ତ ବର୍ମାଙ୍କୁ ସୁପ୍ରିମକୋର୍ଟଙ୍କ ଶକ୍ତ ଧକ୍କା । ଜଷ୍ଟିସ ବର୍ମାଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଯାଞ୍ଚ କମିଟି ପ୍ରକ୍ରିୟାକୁ ପୂରା ପାଳନ କରିଛନ୍ତି । ଯାଞ୍ଚ ପ୍ରକ୍ରିୟାର ବୈଧତାକୁ ଚ୍ୟାଲେଞ୍ଚ କରି ସୁପ୍ରିମକୋର୍ଟ ଯାଇଥିଲେ । ଜଷ୍ଟିସ ବର୍ମାଙ୍କ ଘର ପରିସରରୁ ବିପୁଳ ପୋଡା ଟଙ୍କା ମିଲିଥିଲା । ଗତ ମାର୍ଚ୍ଚ ୧୪ ତାରିଖରେ ତତ୍କାଳୀନ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବାସଭବନ ଆଉଟ ହାଉସରେ ଅଗ୍ନିକାଣ୍ଡ ହୋଇଥିଲା । ନିଆଁ ଲିଭାଇବାକୁ ପହଞ୍ଚିଥିବା ଅଗ୍ନିଶମ କର୍ମଚାରୀ ବିପୁଳ ପରିମାଣର ନଗଦ ଟଙ୍କା ପୋଡି ଯାଇଥିବା ଦେଖିଥିଲେ । ବିଚାରପତିଙ୍କ ବାସଭବନରେ ଏତେ ଟଙ୍କା କୁଆଡୁ ଆସିଲା ତାକୁ ନେଇ ସାରା ଦେଶରେ ତୁମ୍ବିତୋଫାନ ହୋଇଥିଲା । ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନା ତିନି ଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ଘଟଣା ସମ୍ପର୍କରେ ତଦନ୍ତ ପାଇଁ ମାର୍ଚ୍ଚ ୨୨ ତାରିଖରେ ଇନହାଉସ କମିଟି ଗଠନ କରିଥିଲେ । ଏହି କମିଟି ନିଜ ରିପୋର୍ଟରେ ଜଷ୍ଟିସ ବର୍ମାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ।
ଜଷ୍ଟିସ ବର୍ମାଙ୍କୁ ଶକ୍ତ ଧକ୍କା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











