ମୁମ୍ବାଇ : ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ୱେଲକମ ୩’ ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଅକ୍ଷୟଙ୍କ ‘ଓଃ ମାଇଁ ଗଡ ୨’ ରିଲିଜ ହେବା ପରେ ଏବେ ତାଙ୍କ ଫ୍ୟାନ୍ ମାନଙ୍କ ପାଇଁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି। ବଲିଉଡ ଖିଲାଡି ଷ୍ଟାର୍ ଅକ୍ଷୟ କୁମାର ନିଜର ନିଖୁଣ ଅଭିନୟ ଦ୍ୱାରା ସମସ୍ତଙ୍କ ମନୋରଂଜନ କରିଥାଆନ୍ତି। ‘ୱେଲକମ ୩’ ଫିଲ୍ମର ପ୍ରଥମ ଓ ଦ୍ୱିତୀୟ ଭାଗ ବହୁତ ମଜାଦାର ଥିଲା। ଫିଲ୍ମ ଦର୍ଶକଙ୍କୁ ଖୁବ୍ ହସାଇଥିଲା । ଏବେ ଫିଲ୍ମର ତୃତୀୟ ଭାଗ ଆସିବାକୁ ଯାଉଛି। ଏଥର ‘ୱେଲକମ ୩’ ରେ ଅକ୍ଷୟ କୁମାରଙ୍କ ସହ ସଞ୍ଜୟ ଦତ୍ତ ଓ ଅର୍ଶଦ ଓ୍ଵାର୍ସି ମଧ୍ୟ ନଜର ଆସିବେ। ଫିଲ୍ମର ରିଲିଜ ହେବା ତାରିଖ ସାମ୍ନାକୁ ଆସିଛି। ଫିଲ୍ମ ନିର୍ମାତା ‘ୱେଲକମ ୩’କୁ ୨୦୨୪ ଖ୍ରୀଷ୍ଟମାସରେ ରିଲିଜ କରିବେ । ଏହି ଫିଲ୍ମକୁ ୱେଲକମ ଟୁ ଦ ଜଙ୍ଗଲ ଟାଇଟଲ ସହିତ ରିଲିଜ କରାଯିବ।ଏହି ଫିଲ୍ମରେ ନାନା ପାଟେକର ଓ ଅନିଲ କପୁରଙ୍କ ବଦଳରେ ସଞ୍ଜୟ ଦତ୍ତ ଓ ଅର୍ଶଦ ଓ୍ଵାସି ନଜର ଆସିବେ । ପୂର୍ବ ଦୁଇଟି ଭାଗକୁ ଅନିସ୍ ବଜାମି ନିର୍ଦ୍ଦେଶନା ଦେଇଥିଲେ । ଏବେ ‘ୱେଲକମ ୩’ କୁ ଅହମ୍ମଦ ଖାନ୍ ନିର୍ଦ୍ଦେଶନା ଦେଇପାରନ୍ତି । ଏହି ଫିଲ୍ମକୁ ଦେଖିବା ପାଇଁ ଦର୍ଶକ ବହୁତ ଉତ୍ସାହିତ ଅଛନ୍ତି ।
ଏହି ଦିନ ରିଲିଜ ହେବ ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ୱେଲକମ ୩’
Facebook
Twitter
LinkedIn
Facebook
Twitter
LinkedIn
Recent News
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...
ଜିଲ୍ଲାପାଳଙ୍କ ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ
କଟକ : କଟକ ଜିଲ୍ଲାପାଳଙ୍କ ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ । ବାଙ୍କୀରେ ଜନ ଅଭିଯୋଗ ଶୁଣାଣି ବେଳେ ଆତ୍ମାହୁତି ଉଦ୍ୟମ । ପରିବାର ମଙ୍ଗଳ ଯୋଜନା...











