The Ultimate Managed Hosting Platform
ADVERTISEMENT

ଋଷ-ୟୁକ୍ରେନ୍‌ ଯୁଦ୍ଧ ଚାଲିଛି, ମିସାଇଲ ମାଡ଼ ପୋଲାଣ୍ଡ ଖାଉଛି

Facebook
Twitter
LinkedIn

ପୋଲାଣ୍ଡରେ ପଡ଼ିଥିବା ମିସାଇଲ ରୁଷିଆର ନୁହେଁ, ବରଂ ଏହି ମିସାଇଲ ମାରିଥିଲା ୟୁକ୍ରେନ । ୟୁକ୍ରେନ ସୀମାନ୍ତ ପୋଲାଣ୍ଡର ପ୍ରିଜୋଡୋରେ ଏକ ମିସାଇଲ ମାଡ଼ ହୋଇଥିଲା । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ପ୍ରଥମେ କୁହାଯାଇଥିଲା ଯେ, ଏହି ମିସାଇଲ ମାଡ଼ କରିଛି ରୁଷିଆ । କିନ୍ତୁ ପ୍ରାଥମିକ ତଦନ୍ତ ପରେ ଏହି ମିସାଇଲ ୟୁକ୍ରେନର ବୋଲି ଜଣାପଡ଼ିଛି । ରୁଷିଆର ଏକ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବାକୁ ୟୁକ୍ରେନ ତରଫରୁ ଏହି ମିସାଇଲ ଛଡ଼ା ଯାଇଥିଲା । ତାହା ପୋଲାଣ୍ଡ ସୀମାରେ ପଡ଼ିଥିଲା ।

ଷିଆର କ୍ଷେପଣାସ୍ତ୍ର ହୋଇଥିବା ଅଭିଯୋଗ କରି ରୁଷିଆର ରାଷ୍ଟ୍ରଦୂତଙ୍କୁ ପୋଲାଣ୍ଡ ସମନ କରିଥିଲା । ନିଜର ସେନାକୁ ସତର୍କ ରହିବାକୁ ମଧ୍ୟ ଦେଇଥିଲା ନିର୍ଦ୍ଦେଶ । ଏପରିକି ପୋଲାଣ୍ଡ ନାଟୋ ସଦସ୍ୟ ହୋଇଥିବାରୁ ବାଲିରେ ଜି-୨୦ ବୈଠକ ଚାଲିଥିବା ବେଳେ ସେଠାରେ ହୋଇଥିଲା ଏକ ବୈଠକ । କିନ୍ତୁ ପ୍ରଥମରୁ ହିଁ ରୁଷିଆ ମନା କରିଥିଲା, ତାର ସେନା ପକ୍ଷରୁ ପୋଲାଣ୍ଡ ଆଡ଼କୁ କୌଣସି ମିସାଇଲ ମାଡ଼ କରାଯାଇନାହିଁ । ଅଯଥାରେ ଉତ୍ତେଜନା ସୃଷ୍ଟି କରିବାକୁ ଏପରି ମିଛ ଖବର ପ୍ରସାରଣ କରଯାଉଥିବା ଅଭିଯୋଗ କରିଥିଲା ମସ୍କୋ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login