The Ultimate Managed Hosting Platform
ADVERTISEMENT

ଆସନ୍ତା ୨୮ରେ ମେକ ଇନ ଓଡିଶା କନକ୍ଲେଭରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ଆସନ୍ତା ୨୮ରେ ମେକ ଇନ ଓଡିଶା କନକ୍ଲେଭ-୨୦୨୫ । କନକ୍ଲେଭରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିପାଇଁ ଗତକାଲି ମୁଖ୍ୟ ଶାସନ ସଚିବ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ମୋଦି ଗସ୍ତ ବେଳେ କୌଣସି ତ୍ରୁଟି ଯେଭଳି ପରିଲକ୍ଷିତ ନ ହୁଏ ସେଥିପ୍ରତି ବୈଠକରେ ଗୁରୁତ୍ଵ ଦିଆଯାଇଥିଲା। ଜାନୁଆରୀ ୨୮ ତାରିଖ ସକାଳ ୮ଟା ୩୫ ମିନିଟ ସମୟରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ବାହାରି ପୂର୍ବାହ୍ନ ୧୦ଟା ୩୫ ମିନିଟ ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ପୂର୍ବାହ୍ନ ୧୦ଟା ୫୫ ମିନିଟରେ ଜନତା ମୈଦାନରେ ପହଞ୍ଚିବେ। ୧୧ଟାରୁ ୧୨ଟା ୩୦ ପର୍ୟ୍ୟନ୍ତ ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ କାର୍ୟ୍ୟକ୍ରମରେ ଯୋଗଦେବେ। ଗତ ୭ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୫ ଥର ଓଡିଶା ଗସ୍ତ । ପ୍ରଥମେ ବିଜେପି ସରକାର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ । ପରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ପାଇଁ ଓଡିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ । ପରେ ଡିଜି ସମ୍ମିଳନୀ ଏବଂ ନିକଟରେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବାକୁ ଓଡିଶା ଆସିଥିଲେ ପ୍ରଧାନମନ୍ତ୍ରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login