ହାଇଦ୍ରାବାଦ : ସ୍ତ୍ରୀକୁ ମାରି କୁକରରେ ରାନ୍ଧିଲା ସୈତାନ ସ୍ୱାମୀ । ମୀରପେଟ ଥାନା ଅଞ୍ଚଳରେ ପୂର୍ବତନ ସେନା କର୍ମଚାରୀଙ୍କ ବୀଭତ୍ସ କାଣ୍ଡ । ବଚସାରୁ ସ୍ତ୍ରୀକୁ ମାରି ଖଣ୍ଡ ଖଣ୍ଡ କରି କୁକରରେ ରାନ୍ଧିଲା । ଶରୀରର ଅବଶିଷ୍ଟ ଅଂଶକୁ ଚନ୍ଦନ ହ୍ରଦରେ ଫିଙ୍ଗିଥିଲା । ଜାନୁଆରୀ ୧୮ରୁ ମହିଳା ନିଖୋଜ ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏବେ ଜଣେ ସୁରକ୍ଷାକର୍ମୀ ଥିବା ଏହି ଅଭିଯୁକ୍ତ ପୂର୍ବରୁ ସେନାରେ କାମ କରି ସାରିଛନ୍ତି। ତାଙ୍କ ପତ୍ନୀଙ୍କ ସହ ତାଙ୍କର ଝଗଡ଼ା ହେବା ପରେ ସେ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ କିଛି ଦିନ ପର୍ୟ୍ୟନ୍ତ ନମିଳିବାରୁ ତାଙ୍କ ବାପାମାଆ ଗତ କିଛି ସପ୍ତାହ ତଳେ ପୁଲିସ୍ରେ ଏକ ନିଖୋଜ ରିପୋର୍ଟ ଦାଖଲ କରାଇଥିଲେ। ଏବେ ଜଣାପଡ଼ିଛି ଯେ ମହିଳା ଜଣକ ନିଖୋଜ ନଥିଲେ ବରଂ ତାଙ୍କ ନିଜ ସ୍ବାମୀ ହିଁ ତାଙ୍କର ନିର୍ମମ ହତ୍ୟା କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରି ବୁଧବାର ଦିନ ପ୍ରମୃତ ମାମଲା କ’ଣ ଜାଣିପାରିଛି। ପୁଲିସ୍ ଏବେ ଅଭିଯୁକ୍ତ ସ୍ବାମୀକୁ ହେପାଜତରେ ନେଇ ତଦନ୍ତ ଚଳାଇଛି।
ସ୍ତ୍ରୀକୁ ମାରି କୁକରରେ ରାନ୍ଧିଲା ସୈତାନ ସ୍ୱାମୀ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











