ନୂଆଦିଲ୍ଲୀ : ଦିଲ୍ଲୀ ଦ୍ୱାରକା ଅଞ୍ଚଳରେ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ । ଆପାର୍ଟମେଣ୍ଟର ୮ ମହଲା ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ୮ଟି ଅଗ୍ନିଶମ ଟିମ୍ ଦ୍ୱାରା ନିଆଁ ଲିଭା ଉଦ୍ୟମ ଜାରି । ୨ ରୁ ୩ ଜଣ ଆପାର୍ଟମେଣ୍ଟରେ ଫସି ରହିଥିବା ସୂଚନା । ଘଟଣା ସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ୮ ମହଲା ବିଲିଡିଂର ୬ଷ୍ଠ ଏବଂ ୭ମ ମହଲା ନିଆଁ ଲାଗିଥିବା ଜଣାପଡିଛି । ଖବର ମୁତାବକ, ଆପାର୍ଟମେଣ୍ଟରେ ନିଆଁ ସକାଳ ୧୦ଟାରେ ଲାଗିଛି । ଦିଲ୍ଲୀର ଅଗ୍ନିଶମ ଟିମକୁ ନିଆଁ ଲାଗିଥିବା ଫୋନ ଆସିଥିଲା । ଏମଆରଭି ସ୍କୁଲ ନିକଟରେ ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଥିବା ସୂଚନା ମିଳିଛି । ଆପାର୍ଟମେଣ୍ଟ ଭିତରେ କିଛି ଲୋକ ଫସିଥିବା ଆଶଙ୍କା କରାଯାଉଛି । ୮ ମହଲା ବିଲିଡିଂର ୬ଷ୍ଠ ଏବଂ ୭ମ ମହଲା ନିଆଁ ଲାଗିଥିବା ଜଣାପଡିଛି ।
Views: 57