ବିଜାପୁର: ଛତିଶଗଡ଼ର ଆଦିବାସୀ ପ୍ରଭାବିତ ଅଞ୍ଚଳ ବିଜାପୁରରେ ଏକ ସରକାରୀ ଚାଳିତ ଆବାସିକ ବିଦ୍ୟାଳୟରେ ଅଗ୍ନିକାଣ୍ଡ ଘଟି ଜଣେ ୪ ବର୍ଷର ବାଳିକାର ମୃତ୍ୟୁ ଘଟିଛି। ଏହି ଅଗ୍ନିକାଣ୍ଡ ବୁଧବାର ରାତିରେ ଘଟିଥିବା ସୂଚନା ରହିଛି।
ଆବାସିକ ବିଦ୍ୟାଳୟରେ ନିଆଁ ଲାଗିଯିବା ପରେ ସେଠାରେ ଥିବା ପ୍ରାୟ ୩୦ରୁ ଅଧିକ ଛାତ୍ରୀଙ୍କୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ନକ୍ସଲ ପ୍ରଭାବିତ ଛତିଶଗଡର ଏହି ସ୍କୁଲ ଘରଟି ବାଉଁଶରେ ନିର୍ମାଣ ହୋଇଥିଲା। ଫଳରେ ନିଆଁ ବ୍ୟାପିବାକୁ ବେଶି ସମୟ ଲାଗିନଥିଲା। ସଙ୍ଗେ ସଙ୍ଗେ ଭିତରେ ନିଆଁ ଚାରିଆଡ଼େ ମାଡ଼ି ଯାଇଥିଲା। କେଉଁ କାରଣରୁ ହଠାତ ଏହି ଆବାସିକ ବିଦ୍ୟାଳୟରେ ନିଆଁ ଲାଗିଯାଇଥିଲା ତାହା ଏପର୍ୟ୍ୟନ୍ତ ଜଣା ପଡ଼ିନାହିଁ।
Views: 96











