ପାରାଦ୍ୱୀପ : ମାଲବାହୀ ଟ୍ରେନ ଲାଇନଚ୍ୟୁତ । ପାରାଦ୍ୱୀପ ବାଉରିଆପାଳନ୍ଦାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ବନ୍ଦର ଭିତରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଟ୍ରେନର ୧୭ଟି ୱାଗନ ଇଞ୍ଜିନରୁ ଖସି ଯାଇଥିବା ସୂଚନା ମିଳିଛି । ଟ୍ରେନଟି ଲାଇନଚ୍ୟୁତ ହେବା ଯୋଗୁ କୈାଣସି କ୍ଷୟକ୍ଷତି ହୋଇନଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ପୂର୍ବାହ୍ନ ୧୧ଟା ସମୟରେ ଟ୍ରେନଟି ମାଲ ଲୋଡିଂ ପାଇଁ ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଥିଲା । ଟ୍ରେନର ଗୋଟିଏ ବଗି ଟ୍ରାକରୁ ଖସି ଯାଇଥିଲା । ଅନ୍ୟ ଏକ ବଗି ଟ୍ରାକ ବାହାରକୁ ଆସି ଓଲଟି ପଡିଥିଲା । ପୋର୍ଟ କର୍ମଚାରୀ ଓ ରେଳ ବିଭାଗର କର୍ମଚାରୀ ପହଁଟ୍ରାକ ମରାମତି କରୁଥବା ଜଣାଯାଇଛି ।
Views: 67











