ନୂଆଦିଲ୍ଲୀ : ଦେଶରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ୧୩ ରାଜ୍ୟର ୮୯ ଆସନରେ ଭୋଟଦାନ ଆରମ୍ଭ ହୋଇଛି । ୧୨୧୦ ପ୍ରାର୍ଥୀଙ୍କର ହେଉଛି ଭାଗ୍ୟ ନିର୍ଦ୍ଧାରଣ । ମଇଦାନରେ ୧୦୦ ମହିଳା ପ୍ରାର୍ଥୀ ଥିବାବେଳେ ୩୯୦ କୋଟିପତି ପ୍ରାର୍ଥୀ ରହିଛନ୍ତି। ସାରା ଦେଶବାସୀଙ୍କ ନଜର ରହିଛି କେରଳ ୱାୟନାଡ ସିଟ୍ ଉପରେ। ଏଠାରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେଠାରେ ଇଣ୍ଡିଆ ମେଣ୍ଟ ବିଫଳ ହୋଇଥିବାରୁ ରାହୁଲ ସଙ୍କଟର ସମ୍ମୁଖୀନ ହୋଇପାରନ୍ତି।
ଆସାମର ୫ ଲୋକସଭା ଆସନ, ବିହାରର ୫, ଛତିଶଗଡ଼ ୩, କର୍ଣ୍ଣାଟକର ୧୪, କେରଳର ୨୦, ମଧ୍ୟପ୍ରଦେଶର ୭, ମହାରାଷ୍ଟ୍ରର ୮, ଉତ୍ତରପ୍ରଦେଶର ୮, ରାଜସ୍ଥାନର ୧୩, ପଶ୍ଚିମବଂଗର ୩ ସହ ତ୍ରିପୁରା, ମଣିପୁର ଓ ଜମ୍ମୁ କାଶ୍ମୀର ଗୋଟିଏ ଲେଖାଏ ଆସନରେ ଭୋଟ ଗ୍ରହଣ ହେବ। କଂଗ୍ରେସ ନେତା କେ.ସି. ଭେନୁଗୋପାଲ, ତାରିକ ଅନୱର, ଶଶୀ ଥରୁରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର।
Views: 70