ସବୁଜ ପନିପରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ତେଣୁ ଏକ୍ସପର୍ଟମାନେ ପ୍ରାୟତଃ ବ୍ରୋକୋଲି ଖାଇବାକୁ ପରାମର୍ଶ ଦିଅନ୍ତି ଯାହା ଅନେକ ପୋଷକ ତତ୍ତ୍ୱରେ ଭରପୂର । ଏଥିରେ ଭିଟାମିନ୍ ସି, କେ ଏବଂ ଏ, ମିନେରାଲ୍ସ କ୍ୟାଲସିୟମ୍ ଏବଂ ପୋଟାସିୟମ୍, ଆଇରନ, ଫାଇବର ଏବଂ ସଲଫୋରାଫେନ୍ ଭଳି ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି ।
ବ୍ରୋକୋଲି ଫାଇବରରେ ଭରପୁର, ଯାହା ହଜମ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରେ । ଏହା ପାଚନ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
ବ୍ରୋକୋଲିରେ ଫାଇବର, ପୋଟାସିୟମ ଏବଂ ଓମେଗା-୩ ଫ୍ୟାଟି ଏସିଡ୍ ଥାଏ, ଯାହା ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଫାଇବର କୋଲେଷ୍ଟ୍ରଲ୍ ଲେବଲ କମ କରିବାରେ ସାହାଯ୍ୟ କରେ ଏବଂ ପୋଟାସିୟମ୍ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରେ ।
ବ୍ରୋକୋଲିରେ ଗ୍ଲୁକୋସିନୋଲେଟ୍ସ ଅଧିକ ପରିମାଣରେ ଥାଏ, ଯାହା ଶରୀରକୁ ଡିଟକ୍ସ କରିବାରେ ସାହାଯ୍ୟ କରେ । ଏହି ଯୌଗିକଗୁଡ଼ିକ ଲିଭରରେ ଡିଟକ୍ସିଫାଇଂ ଏଞ୍ଜାଇମଗୁଡ଼ିକୁ ଆକ୍ଟିଭ କରନ୍ତି, ଯାହା ଶରୀରର ବିଷାକ୍ତ ପଦାର୍ଥ ଏବଂ କ୍ଷତିକାରକ ପଦାର୍ଥକୁ ଦୂର କରିବାରେ ସାହାଯ୍ୟ କରେ ।
କମ୍ କ୍ୟାଲୋରୀ କିନ୍ତୁ ଅଧିକ ଫାଇବର ଥିବା ବ୍ରୋକୋଲି ଆପଣଙ୍କୁ ଅଧିକ ସମୟ ପାଇଁ ଫୁଲ୍ ରଖିଥାଏ, ଯାହା ଅତ୍ୟଧିକ ଖାଇବାର ସମ୍ଭାବନା ହ୍ରାସ କରେ । ଏଥିରେ ଜଳର ପରିମାଣ ଅଧିକ ଥିବାରୁ ଏହା ଶୀଘ୍ର ପେଟ ଭରି ଦେଇଥାଏ ।
ଆଇରନରେ ଭରପୁର ଏହି ସବୁଜ ପରିବା, ବଢିବ ରୋଗ ପ୍ରତିରୋଧକ ଶକ୍ତି

Facebook
Twitter
LinkedIn
Facebook
Twitter
LinkedIn
Recent News
ଶାଶ୍ୱତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ
ଭୁବନେଶ୍ୱର : ବରିଷ୍ଠ ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ । ଅର୍ଥ ବିଭାଗ ପ୍ରମୁଖ ସଚିବ ସହ ଇଡକୋ ଅଧ୍ୟକ୍ଷ ଭାବେ ମଧ୍ୟ...
ଜନ୍ମବେଦୀକୁ ଯିବେ ଶ୍ରୀଜିଉ
ପୁରୀ : ଆଉ କିଛି ସମୟ ପରେ ଶ୍ରୀଜିଉଙ୍କ ଆଡପ ମଣ୍ଡପ ବିଜେ । ଅଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂରତି । ଗୋଟି ପହଣ୍ଡିରେ ଜନ୍ମବେଦୀକୁ...
ପୁରୀ ଅଘଟଣ : ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବ ; ଆଇନମନ୍ତ୍ରୀ
ପୁରୀ : ପୁରୀ ଅଘଟଣ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ମାସେ ଭିତରେ ତଦନ୍ତ ପ୍ରକ୍ରିୟା ଶେଷ ହେବ କହିଲେ ଆଇନମନ୍ତ୍ରୀ । ଯେଉଁମାନେ...
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ
ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା । ଖୁବଶୀଘ୍ର ଅଭିଯୋଗ...