କାଠମାଣ୍ଡୁ : ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ସୁଶୀଳା କାର୍କି । ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ । ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା । ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ଆକ୍ସନ ମୋଡରେ ଆସିଛନ୍ତି। ପ୍ରଥମେ ସେ ଯୁବବର୍ଗମାନଙ୍କ ଉପରେ ହୋଇଥିବା ବର୍ବରତାର ତଦନ୍ତ କରିବା ବିଷୟରେ କହିଛନ୍ତି। ସେ କହିଛନ୍ତି, ବର୍ବରତା ଘଟଣାରେ ସମ୍ପୃକ୍ତ ଲୋକଙ୍କର ତଦନ୍ତ କରାଯିବ। କଠୋର ମନୋଭାବ ଦେଖାଇ ସେ କହିଛନ୍ତି, ମୁଁ ଏବଂ ମୋ ଦଳ ଏଠାକୁ କ୍ଷମତା ସ୍ୱାଦ ଚାଖିବାକୁ ଆସିନାହୁଁ। ଆମେ ଛଅ ମାସରୁ ଅଧିକ ସମୟ ରହିବୁ ନାହିଁ। ଆମେ ନୂତନ ସଂସଦକୁ ଦାୟିତ୍ୱ ହସ୍ତାନ୍ତର କରିବୁ। ଆପଣଙ୍କ ସହଯୋଗ ବିନା ଆମେ ସଫଳତା ପାଇ ପାରିବୁ ନାହିଁ।
Views: 31