ନୂଆଦିଲ୍ଲୀ : ଇସ୍ରାଏଲ -ଗାଜା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ । ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ନେଇ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ । ଇସ୍ରାଏଲ-ଗାଜା ମଧ୍ୟରେ ଦୁଇ ବର୍ଷ ଧରି ଚାଲିଥିବା ଯୁଦ୍ଧର ହେବ ଅନ୍ତ । ଚୁକ୍ତି ଅନୁସାରେ ଶନିବାର ସୁଦ୍ଧା ହମାସ ସମସ୍ତ ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କରିବ । ଇସ୍ରାଏଲୀ ସେନା କବଜାକୁ ନେଇ ଅଧିକାଂଶ ସ୍ଥାନରୁ ପଛକୁ ହଟିବ ।
ଗୁରୁବାର ଦିନ ମିଶରରେ ସ୍ୱାକ୍ଷରିତ ହେବାକୁ ଥିବା ଗାଜା ଚୁକ୍ତିନାମାକୁ ହମାସ ଅନୁମୋଦନ କରିଛି। ଏହି ଯୋଜନାରେ ଗାଜାକୁ ମାନବିକ ସହାୟତା ପ୍ରଦାନ କରିବା ପାଇଁ ପାଞ୍ଚଟି ସୀମା କ୍ରସିଂ ତୁରନ୍ତ ଖୋଲିବା, ଗାଜା ପ୍ରତ୍ୟାହାର ମାନଚିତ୍ରରେ ସଂଶୋଧନ ଏବଂ ପ୍ରଥମ ପର୍ୟ୍ୟାୟରେ ୨୦ ଜଣ ଇସ୍ରାଏଲୀ ବନ୍ଦୀଙ୍କୁ ଜୀବିତ ମୁକ୍ତ କରିବା ଅନ୍ତର୍ଭୁକ୍ତ।ଏହି ଚୁକ୍ତିନାମା ଉପରେ ଆମେରିକା, ମିଶର, କତାର ଏବଂ ତୁର୍କୀ ନଜର ରଖିବେ ଏବଂ ଗ୍ୟାରେଣ୍ଟି ଦେବେ। ଏହା ନିଶ୍ଚିତ କରେ ଯେ, ଯେପର୍ୟ୍ୟନ୍ତ ଉଭୟ ପକ୍ଷ ସହମତ ସର୍ତ୍ତାବଳୀ ପାଳନ କରିବେ ସେପର୍ୟ୍ୟନ୍ତ ହିଂସା ପୁଣି ଥରେ ଆରମ୍ଭ ହେବ ନାହିଁ। ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଗାଜାର ଅଧିକାଂଶ ଅଞ୍ଚଳରୁ ଫେରିବା ଆରମ୍ଭ କରିବା ସହିତ, ହମାସ ଚଳିତ ସପ୍ତାହାନ୍ତ ସୁଦ୍ଧା ସମସ୍ତ ୨୦ ଜଣ ବଞ୍ଚିଥିବା ବନ୍ଧକଙ୍କୁ ମୁକ୍ତ କରିବ।
ଇସ୍ରାଏଲ –ଗାଜା ଯୁଦ୍ଧ ଶେଷ ! , ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ନେଇ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











