ଆଳି : ଡକାୟତି ଘଟଣାରେ ୭ ଜଣ ଗିରଫ । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଅଙ୍ଗରଖ ଗାଁର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ୭ଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ସୁନା ଗହଣା, ନଗଦଟଙ୍କା,ଜବତ କରିଛି ଆଳି ପୋଲିସ । ଲୁଟ୍ ରେ ବ୍ୟବହୃତ ହୋଇଥିବା ବନ୍ଧୁକ, କଟୁରି, ବାଇକ ଓ ୬ଟି ମୋବାଇଲ ମଧ୍ୟ କରାଯାଇଛି । ଗିରଫ ଡକାୟତଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ଚୋରି, ଡକାୟତି ଭଳି ମାମଲା ରହିଛି। ଗତ ୫ ତାରିଖରେ ଆଳି ଅଙ୍ଗାରଖ ଗାଁର ପ୍ରଭାକର ପ୍ରଧାନଙ୍କ ଘରେ ଡକାୟତମାନେ ପଶି ତାଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ କରି ଲୁଟି ନେଇଥିଲେ ଟଙ୍କା ଅଳଙ୍କାର । ସେଦିନ ରାତି ପ୍ରାୟ ୮ଟା ସମୟରେ ଗାଁର ପ୍ରଭାକର ପ୍ରଧାନଙ୍କ ଘର ଭିତରକୁ କିଛି ମୁୁଖାପିନ୍ଧା ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଘର ଭିତରକୁ ପଶି ଆସିଥିଲେ । କେହି କିଛି ବୁଝିବା ପୂର୍ବରୁ ପ୍ରଭାକର ପ୍ରଧାନ ଓ ତାଙ୍କ ବୋହୂଙ୍କୁ ଭୁଜାଲିରେ ମୁଣ୍ଡକୁ ଆକ୍ରମଣ କରିଥିଲେ । ଘରେ ଥିବା ଗଡ୍ରେଜ୍ ଲକର ଭାଙ୍ଗି ନଗଦ ଟଙ୍କା ଓ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ । ଖବର ପାଇ ଆଳି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।
୭ ଡକାୟତ ଗିରଫ : ବନ୍ଧୁ. କଟୁରି ବାଇକ ଜବତ

Facebook
Twitter
LinkedIn
Facebook
Twitter
LinkedIn
Recent News
ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି
କଟକ : ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି ନିହାର ରଞ୍ଜନ ମହାନ୍ତି । ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଭାଇରଲ ଘଟଣାରେ ଗିରଫ ପରେ...
ମହାପ୍ରସାଦ ରେଟ ଚାଟ ଲାଗିବ : ମୁଖ୍ୟ ପ୍ରଶାସକ
ପୁରୀ : ଆନନ୍ଦ ବଜାରରେ ମହାପ୍ରସାଦ ସେବନ ଓ ବିକ୍ରି ଉପରେ ଆଲୋଚନା ହୋଇଛି । ଆଗକୁ ରେଟ ଚାଟ ଲାଗିବାର ବ୍ୟବସ୍ଥା କରାଯିବ କହିଲେ ମୁଖ୍ୟ...
ନବ ଦାସ ହତ୍ୟାକାଣ୍ଡ : ଆଜି ସାକ୍ଷ୍ୟ ଗ୍ରହଣ
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡା ଏଡିଜେ କୋର୍ଟରେ ଶୁଣାଣି ଆଜି । ଅନ୍ୟତମ ମୁଖ୍ୟ ସାକ୍ଷୀ ତକôାଳୀନ ବ୍ରଜରାଜନଗର ଆଇଆଇସିଙ୍କ...
ଟ୍ରକ ଧକ୍କାରେ ୩ ଜଣଙ୍କର ଚାଲିଗଲା ଜୀବନ
ତେଲକୋଇ : ବାଇକକୁ ଧକ୍କା ଦେଲା ଟ୍ରକ । ୩ ଜଣଙ୍କର ଚାଲିଗଲା ଜୀବନ । ଏନଏଚ ୪୯ର ଜଗମୋହନ ଛକରେ ଦୁର୍ଘଟଣା । ମୃତକମାନେ ଚାରକୋଟ...