The Ultimate Managed Hosting Platform
ADVERTISEMENT

୧୩୫ ସିନେମାର ମହାନାୟକ, ୧୯୭୭ରେ ଓଡିଆ ସିନେମାରେ ଡେବ୍ୟୁ କରିଥିଲେ ଉତ୍ତମ

Facebook
Twitter
LinkedIn

ଭୁବନେଶ୍ୱର : ୨ ଦଶନ୍ଧି ଧରି ଓଲିଉଡରେ କରିଥିଲେ ରାଜ । ୧୯୭୭ରେ ଓଡିଆ ସିନେମାରେ ଡେବ୍ୟୁ କରିଥିଲେ ଉତ୍ତମ । ସାଧୁ ମେହେରଙ୍କ ଅଭିମାନ ଚଳଚ୍ଚିତ୍ର ଜରିଆରେ କରିଥିଲେ ଡେବ୍ୟୁ କରିଥିଲେ ଉତ୍ତମ ମହାନ୍ତି । ୧୩୫ ସିନେମାରେ ଛାଡି ଯାଇଛନ୍ତି ଛାପ । ବଙ୍ଗଳା ଓ ହିନ୍ଦୀ ସିନେମାରେ କରିଛନ୍ତି ଅଭିନୟ । ଜୀବନ ରଙ୍ଗମଞ୍ଚରେ ଅଭିନୟ ସାରି ବାହୁଡ଼ିଗଲେ ଉତ୍ତମ । ଲିଭିଗଲା ଓଡ଼ିଆ ଚଳଚ୍ଚିତ୍ର ଜଗତର ଉଜ୍ଜ୍ବଳ ତାରକା । ଉତ୍ତମ ମହାନ୍ତି ଥିଲେ ଜଣେ ଓଡ଼ିଆ ସିନେ ଜଗତର ଧ୍ରୁବ ତାରା ସଦୃଶ । ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଏହି ମହାନ୍ ନାୟକଙ୍କ ଜୀବନ ଦୀପ ଆଜି ଲିଭିଯାଇଛି । ‘ଅଭିମାନ’ ଚଳଚ୍ଚିତ୍ର ଜରିଆରେ ଫିଲ୍ମ ଜଗତକୁ ଆସିଥିଲେ, ‘ବିଦ୍ୟାରାଣ’ ପକାଇ ଚାଲିଗଲେ । ସେ ଥିଲେ ଓଲିଉଡ଼ର ‘ଦଣ୍ଡାବାଳୁଙ୍ଗା’, ‘ସରପଞ୍ଚ ବାବୁ’ । ତାଙ୍କ ନାମ ଖାଲି ଉତ୍ତମ ମହାନ୍ତି ନଥିଲା, ତାଙ୍କ ବ୍ୟକ୍ତିତ୍ବ ମଧ୍ୟ ଉତ୍ତମ ଥିଲା ଓ ତାଙ୍କ ଅଭିନିତ ଫିଲ୍ମ ସର୍ବୋତ୍ତମ ଥିଲା । ୭୦ ଦଶକରୁ ଦର୍ଶକଙ୍କ ମନରେ ରାଜ୍ କରିଆସୁଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଭେଟେରାନ ଅଭିନେତା ଉତ୍ତମ ମହାନ୍ତି । ସେ ସମୟରେ ସେ ଥିଲେ ରୋମାଣ୍ଟିକ ହିରୋ ।


ମୋଟ ୧୩୫ଟି ଓଡ଼ିଆ ଫିଲ୍ମ, ୩୦ଟି ବଙ୍ଗଳା ଏବଂ ଗୋଟିଏ ହିନ୍ଦୀ ସିନେମା ‘ନୟା ଜେହେର’ ରେ କାମ କରିଛନ୍ତି ଉତ୍ତମ । ୧୯୭୭ ମସିହାରେ ‘ଅଭିମାନ’ ଫିଲ୍ମ ସହ ଓଲିଉଡ଼ରେ ଡେବ୍ୟୁ କରିଥିଲେ । ଏହା ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଚାଲିଲେ । ୨୯୭୭ ରୁ ୨୦୨୫ ଯାଏଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ରହିଥିଲେ । ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ (୧୯୭୮), ‘ସରପଞ୍ଚ ବାବୁ’, ‘ଜ୍ୱାଇ ପୁଅ’ (୧୯୮୨), ‘ଝିଅଟି ସୀତା ପରି'(୧୯୮୩), ‘ଜନନୀ’ (୧୯୮୪), ‘ଚକା ଭଉଁରୀ'(୧୯୮୫), ‘ଜଗା ହାତରେ ପଘା’, ‘ମମତା ମାଗେ ମୂଲ’, ‘ସମୟ ବଡ଼ ବଳବାନ’, ‘ଶଙ୍ଖା ସିନ୍ଦୂର’, ‘ଚକା ଆଖି ସବୁ ଦେଖୁଛି’, ‘ଜୋର ଜାର ମୂଲକ ତାର’, ‘ଏଇ ଆମ ସଂସାର’, ‘ପାପ ପୂଣ୍ୟ’, ‘ଶାସ୍ତି’, ‘ନୂଆ ଭାଉଜ’, ‘ତୋ ବିନୁ ଅନ୍ୟଗତି ନାହିଁ’, ‘ଫୁଲ ଚନ୍ଦନ’, ‘ଝିଅଟି ସୀତା ପରି’, ‘ଦଣ୍ଡା ବାଳୁଙ୍ଗା’ ଭଳି ଅନେକ ହିଟ୍ ଫିଲ୍ମ ଦେଇ ଲୋକଙ୍କ ମନ ଜିତିଛନ୍ତି । ୨୦୨୨ରିଲିଜ ହୋଇଥିବା ‘ବିଦ୍ୟାରାଣ’ରେ ତାଙ୍କୁ ଶେଷ ଥର ଦେଖିବାକୁ ମିଳିଥିଲା ।


ଉତ୍ତମ ମହାନ୍ତି ନିଜ କ୍ୟାରିଅରରେ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର, ଜୟଦେବଲ ପୁରସ୍କାର (୧୯୯୯), ଶ୍ରେଷ୍ଠ ଅଭିନେତା ଭାବେ ୩ଟି ଓ ସହ ଅଭିନେତା ଭାବରେ ଗୋଟିଏ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ସେ ୧୯୯୧ ରେ ରିଲିଜ ଫିଲ୍ମ (ତୋ ବିନୁ ଅନ୍ୟଗତି ନାହିଁ) ପାଇଁ ସହ- ଅଭିନେତା ଭାବରେ ଗୋଟିଏ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ୧୯୮୨-୮୩-୮୪ ରେ ରିଲିଜ ଫିଲ୍ମ (‘ଫୁଲ ଚନ୍ଦନ’, ‘ଝିଅଟି ସୀତା ପରି’, ‘ଦଣ୍ଡା ବାଳୁଙ୍ଗା’) ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ୩ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ୨୦୦୬ ରେ ଇନ୍ଦିରାଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର ଓ ୨୦୦୮ରେ ଶ୍ରେଷ୍ଠ ଅଭିନେତା ପାଇଁ ଫିଟଫାଟ ବାଇସ୍କୋପ ପୁରସ୍କାର ପାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login