ଭଦ୍ରକ : ବରପଦା ଇଞ୍ଜିନିୟରିଂ କଲେଡ ଦୁର୍ନୀତି ଅଭିଯୋଗ ପ୍ରଦିବାଦରେ ଭଦ୍ରକ ବନ୍ଦ । ନାଗରିକ ସୁରକ୍ଷା ମଞ୍ଚ ଓ ବରପଦା ବିକାଶ ମଞ୍ଚ ପକ୍ଷରୁ ବନ୍ଦ ପାଳନ । କଲେଜରୁ ବିଧାୟକ ପ୍ରଫଉଲ୍ଲ ସାମଲଙ୍କ ପରିବାରକୁ ବରଖାସ୍ତ ଦାବି । କଲେଜ କର୍ମଚାରୀ, ସ୍ଥାନୀୟ ବିକାଶ ମଞ୍ଚ ଓ ଭଦ୍ରକ ମଞ୍ଚ ପକ୍ଷରୁ ବନ୍ତ ଛକରେ ବନ୍ଦ ପାଳନ କରାଯାଉଛି । ବନ୍ଦ ପାଳନ ପାଇଁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଦୋକାନ ବଜାର ସହ ବିଭିନ୍ନ କାର୍ୟ୍ୟାଳୟକୁ ବନ୍ଦ ରଖାଯାଇଛି ।ତେବେ ପ୍ରଫୁଲ୍ଲ ସାମଲଙ୍କ କିଛି ସମର୍ଥକ ବନ୍ଦକୁ ଭଣ୍ଡୁର କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ବନ୍ଦ ପାଳନ ନେଇ କଲେଜ କର୍ମଚାରୀଙ୍କ ପକ୍ଷରୁ ପୂର୍ବରୁ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଜଣାଇ ଦିଆଯାଇଥିଲା । କିନ୍ତୁ ପୋଲିସ ସେମାନଙ୍କୁ ସୁରକ୍ଷା ଦେଉ ନଥିବା କହିଛନ୍ତି ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀ ।
Views: 91











