ଭୁବନେଶ୍ୱର : ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର । ପ୍ରସନ୍ନଙ୍କ ସହ ତାଙ୍କ ପିଏସଓ ମଧ୍ୟ ଗୁରୁତର, ଡ୍ରାଇଭର ସାମାନ୍ୟ ଆହତ । ଭୁବନେଶ୍ଵରରୁ ବରଗଡ଼ ଫେରୁଥିବାବେଳେ ରେଢାଖୋଲ ବେଲଗଡ ଠାରେ ଘଟିଥିଲା ଏକ ଦୁର୍ଘଟଣା। ଏକ ଟ୍ରକ୍ ସହ କାରର ମୁହମୁହି ଧକ୍କା ହେବା ଫଳରେ ଗୁରୁତର ଭାବେ ଆହତ ହୋଇଛନ୍ତି।
ତାଙ୍କୁ ପ୍ରଥମେ ରେଢାଖୋଲରେ ପ୍ରାଥମିକ ଚିକିତ୍ସା ପରେ ସମ୍ବଲପୁର ଏକ ଘୋରୋଇ ମେଡ଼ିକାଲରେ ଭର୍ତି କରାଯାଇଛି। ତାଙ୍କର ମୁଣ୍ଡ, ଆଖି,ନାକରେ ଗୁରୁତର ଆଘାତ ଲାଗିଛି। ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି। ତାଙ୍କୁ ଏୟାର ଆମ୍ବୁୁଲାନ୍ସ ଯୋଗେ ଭୁବନେଶ୍ଵରର ଏକ ଘରୋଇ ମେଡ଼ିକାଲକୁ ନିଆଯିବ। ତାଙ୍କ ସହ ପିଏସଓ ଓ ଡ୍ରାଇଭର ଥିବାବେଳେ ସେମାନେ ସାମାନ୍ୟ ଆହତ ହୋଇଛନ୍ତି ।
Views: 76











