ଭୁବନେଶ୍ୱର : ବିନ୍ଦୁସାଗରରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । ମୃତଦେହ ଉଦ୍ଧାର କରି କ୍ୟାପିଲାଚ ହସ୍ପିଟାଲ ଅଣାଗଲା । ଆତ୍ମହତ୍ୟା ନା ହତ୍ୟା, ତଦନ୍ତ କରୁଛି ଲିଙ୍ଗରାଜ ଥାନା ପୋଲିସ । ପୋଖରୀର ଉତରେଶ୍ୱର ଘାଟରେ ମୃତହେଦ ଭାସୁଥିବା ଖବର ଜଣାପଡ଼ିବା ପରେ ଅଗ୍ନିଶମ କର୍ମଚାରୀ ଓ ପ୍ରଦୀପ ସେବା ଟ୍ରଷ୍ଟ ପକ୍ଷରୁ ମୃତହେଦକୁ ଉଦ୍ଧାର କରାଯାଇଛି । ମହିଳା ଜଣକ କିଏ ଓ କାହିଁକି ଏଠାକୁ ଆସିଥିଲେ ତାହା ଜଣାପଡ଼ି ନାହିଁ । ତେବେ ଗୋଡ଼ ଧୋଇବା ସମୟରେ ଗୋଡ଼ ଖସିଯିବାରୁ ପୋଖରୀରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଲିଙ୍ଗରାଜ ଥାନା ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।
Views: 77











