The Ultimate Managed Hosting Platform
ADVERTISEMENT

ସରିଲା ମହାକୁମ୍ଭ : ୪୫ ଦିନରେ ବୁଡ ପକାଇଲେ ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ

Facebook
Twitter
LinkedIn

ପ୍ରୟାଗରାଜ : ସରିଲା ମହାକୁମ୍ଭ । ଶେଷଦିନରେ ଅସମ୍ଭାଳ ଭିଡ଼ । ମହାକୁମ୍ଭର ଶେଷଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ୪୫ ଦିନରେ ୬୬ କୋଟିରୁ ଅଧିକ ଲୋକ ବୁଡ ପକାଇଛନ୍ତି । ମହାଶିବରାତ୍ରିରେ ଅନ୍ତିମ ଅମୃତ ସ୍ନାନ ସହ ଶେଷ ହୋଇଛି କୁମ୍ଭ ମେଳା । ଶେଷ ଦିନରେ ସଙ୍ଗମ ସ୍ଥଳରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ମହାଶିବରାତ୍ରି ଥିବାରୁ ପ୍ରାୟ ୨ କୋଟି ଶ୍ରଦ୍ଧାଳୁ ଗତକାଲି ବୁଡ଼ ପକାଇଥିଲେ । ତ୍ରିବେଣୀ ସଙ୍ଗମର ସଫଳ କାର୍ୟ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ସମସ୍ତ ସନ୍ଥ ଏବଂ ଭକ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମହାକୁମ୍ଭରେ ୫୦ ରୁ ଅଧିକ ଦେଶରୁ ଭକ୍ତ ଆସିଥିଲେ। ନେପାଳ, ଭୁଟାନ, ଆମେରିକା, ଇଂଲଣ୍ଡ, ଜାପାନ ସମେତ ଅନେକ ଦେଶର ଲୋକମାନେ ସଙ୍ଗମରେ ଧାର୍ମିକ ସ୍ନାନ କରିଥିଲେ । ମହାକୁମ୍ଭ ସମୟରେ ସରକାର ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଥିଲେ । ୧୪୪ ବର୍ଷ ପରେ ଏଭଳି ଏକ ଐତିହାସିକ ମୁହୂର୍ତ୍ତର ମୂକ ସାକ୍ଷୀ ହେବା ଲାଗି କୋଟି କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜରେ ବୁଡ଼ ପକାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ରେଜିଷ୍ଟ୍ରେସନ ଓ ଲାଇସେନ୍ସ

ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ରେଜିଷ୍ଟ୍ରେସନ ଓ ଲାଇସେନ୍ସ

ଭୁବନେଶ୍ୱର : ଟ୍ରାଫିକ ନିୟମ ଉଲଂଘନ କରୁଥିଲେ ସାବଧାନ । ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଲାଇସେନ୍ସ । ବ୍ଲାକ୍ ଲିଷ୍ଟ ହୋଇପାରେ ଆପଣଙ୍କ ଗାଡ଼ି ।...

ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା

ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା

ଗୁଜୁରାଟ : ଗୁଜୁରାଟରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡି ସବୁ ମନ୍ତ୍ରୀଙ୍କ ଇସ୍ତଫା । ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ । ଆଜି ରାତିରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ସ୍କର୍ପିଓ-ଟ୍ରେଲର ମୁହାଁମୁହିଁ ଧକ୍କା ; ୪ ଜଣଙ୍କର ଚାଲିଗଲା ଜୀବନ

ରାଜସ୍ଥାନ : ରାଜସ୍ଥାନର ବାଲୋତ୍ରାର ସିନ୍ଦାରି ଥାନା ସୀମା ଅନ୍ତର୍ଗତ ସଦା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।...

Login