The Ultimate Managed Hosting Platform
ADVERTISEMENT

ଶାନ୍ତି ଆଲୋଚନା ଚାହୁଁଛୁ, ଆତଙ୍କବାଦ ଉପରେ କଥାବାର୍ତ୍ତା ପାଇଁ ଆମେ ପ୍ରସ୍ତୁତ :ସରିଫ

Facebook
Twitter
LinkedIn

ନୂଆଦିଲ୍ଲୀ : ପୁଣି ଭାରତ ଆଗରେ ମୁଣ୍ଡ ନୁଆଁଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ଭାରତ ସହ ଶାନ୍ତି ଆଲୋଚନା ଚାହୁଁ କହିଲେ ସେହୱାଜ ସରିଫ । ଗମ୍ଭୀରତା ଓ ଆନ୍ତରିକତା ସହିତ ଶାନ୍ତି ଚାହୁଁଛୁ କହିଲେ । ଆମେ ସମସ୍ତ ବିବାଦର ସମାଧାନ କରିବାକୁ ଚାହୁଁଛୁ । ଆତଙ୍କବାଦ ଉପରେ କଥାବାର୍ତ୍ତା ପାଇଁ ଆମେ ପ୍ରସ୍ତୁତ । ବାଣିଜ୍ୟ , ସୀମା ପ୍ରସଙ୍ଗରେ ବି ଆଲୋଚନା ଚାହୁଁଛୁ । ଅପରେସନ୍ ସିନ୍ଦୂରର ସଫଳତା ପରେ ପାକିସ୍ତାନକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଘେରିବାକୁ ଲାଗିଛି ଭାରତ । ଆତଙ୍କବାଦ ପ୍ରସଙ୍ଗ, ପହଲଗାମ ଆକ୍ରମଣ, ପାକିସ୍ତାନର ଆତଙ୍କୀ ପ୍ରେମ ଓ ଭାରତର ଅପରେସନ୍ ସିନ୍ଦୂରର ସଫଳତା ନେଇ ବିଭିନ୍ନ ଦେଶରେ ଆଲୋଚନା କରୁଛନ୍ତି ଭାରତୀୟ ପ୍ରତିନିଧି ଦଳ । ଆଉ ଭାରତର ଏଭଳି କଡ଼ା ଆଭିମୁଖ୍ୟ ଦେଖି ନିଜ ଛବି ସୁଧାରିବାକୁ ଚାହୁଛି ପାକିସ୍ତାନ । ଏହି ପରିପ୍ରେକ୍ଷୀରେ ଭାରତ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ଭାରତ ଦେଖା ଦେଖି ନିଜ ସମର୍ଥିତ ଦେଶ ଭ୍ରମଣରେ ଅଛନ୍ତି ସେହବାଜ ସରିଫ । ତୁର୍କୀ, ଇରାନ, ଅଜରବୈଜାନ ଓ ତାଜାକିସ୍ତାନ ଗସ୍ତରେ ଅଛନ୍ତି ସେହବାଜ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ସଡକ ଦୁର୍ଘଟଣାରେ ବର-କନ୍ୟାଙ୍କ ସମେତ ଚାଲିଗଲା ୫ ଜଣଙ୍କ ଜୀବନ

ରାଜସ୍ଥାନ : ରାଜସ୍ଥାନ ନ୍ୟାସନାଲ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ଜଣ ଲୋକଙ୍କ ପ୍ରାଣ ଚାଲିଯାଇଥିବାବେଳେ ଅନେକ ଲୋକ...

Login