The Ultimate Managed Hosting Platform
ADVERTISEMENT

ମୋହନ ସରକାରଙ୍କ ରିପୋର୍ଟ କାର୍ଡ, କହିଲେ ସୁଶାସନ ଦେବା ପ୍ରାଥମିକତା

Facebook
Twitter
LinkedIn

ଭୁବନେଶ୍ୱର : ଦିନକ ପରେ ନୂଆ ସରକାରଙ୍କ ବର୍ଷ ପୂର୍ତ୍ତି । ବର୍ଷକର ରିପୋର୍ଟ କାର୍ଡ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ଉପଲବ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ । ମୋଦି ସରକାରଙ୍କ ୧୧ ବର୍ଷ ପୂର୍ତ୍ତିର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । କାଲି ମୋଦି ସରକାରଙ୍କ ୧୧ ବର୍ଷ , ୩ୟ ପାଳିର ପ୍ରଥମ ବର୍ଷ ପୂରିଛି । ୨୦୧୪ ମେ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହା ଭାରତ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ମୋଦି ସରକାର ୧୧ ବର୍ଷ ଭିତରେ ଅନେକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଯାହା ଭାରତରେ ଅନେକ ବୈପ୍ଲିବିକ ପରିବର୍ତ୍ତନ ଆଣିବା ସମ୍ଭବ ହୋଇଛି । ଧାରା ୩୭୦ ଉଚ୍ଛେଦ କରି ଜମ୍ମୁ-କାଶ୍ମୀର ଭାରତ ସହ ପୂର୍ଣ୍ଣ ଭାବେ ଯୋଡିଛନ୍ତି । ଟ୍ରିପଲ ତଲାକ, ଏକକ ଜିଏସଟି, ଏନଇପି , ଜନଧନ ଯୋଜନାର ସୁଫଳ ମିଳିଛି ।
ବର୍ଷକର ସଫଳ ଯାତ୍ରାରେ ଲୋକଙ୍କ ଆଶା ପୂରଣ କରିଛୁ । ଯାହା ଆମ ସଂକଳ୍ପ ପତ୍ରରେ ସ୍ଥାନ ପାଇଥିଲା , ତାହା ପୂରଣ କରିଛୁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ମାର୍ଗ ଦର୍ଶନରେ ସବୁ କାର୍ଯ୍ୟ କରି ଚାଲିଛୁ । ଓଡିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଭଲ ପାଇବା ଆମକୁ ଚଳଚଞ୍ଚଳ କରିଛି । ଆସନ୍ତା ୨୦ ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଓଡିଶା ଆସିବେ । ଗତ ବର୍ଷ ଜୁନ ୧୨ ତାରିଖ ୪ଟି ପ୍ରମୁଖ ନିଷ୍ପତ୍ତି ନେଇଥିଲୁ । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ସହ ସୁଭଦ୍ରା ଯୋଜନା ଲାଗୁ କରିଥିଲୁ । ଶ୍ରୀମନ୍ଦିର ପାଇଁ ୫ ଶହ କୋଟିର କର୍ପସ ଫଣ୍ଡ ଗଠନ କରିଥିଲୁ । ଧାନ କ୍ୱିଣ୍ଟାଲ ପିଛା ୮ ଶହ ବୋନସ ପ୍ରତିଶ୍ରୁତି ଦେଇ ପୂରଣ କଲୁ । ଏହା ଭିତରେ ଆମେ ପାଖାପାଖି ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିଛୁ । ସମୃଦ୍ଧ କୃଷି ଯୋଜନାରେ ଆମେ ୩୭,୮୦୦ କୋଟିର ବଜେଟ କରିଛୁ । ଆଗରୁ କେବେ ସରକାର କୃଷି ପାଇଁ ଏତେ ବଜେଟ କରି ନଥିଲେ । ରାଜ୍ୟର ଚାଷୀ ଆଜି ଅନେକ ମାତ୍ରାରେ ଉପକୃତ ହୋଇଛି । ଶିକ୍ଷା କ୍ଷେତ୍ରରେ ମଧ୍ୟ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛୁ । ୫ଟି ଜରିଆରେ ସ୍କୁଲରେ ରଙ୍ଗମାରି ରୂପାନ୍ତରୀକରଣ ଭ୍ରମ ସୃଷ୍ଟି କରାଯାଇଥିଲା । ମାତ୍ର ଆମ ସରକାର ଫିଡର ସ୍କୁଲ ବିନା ଏହା ସମମ୍ଭ ନୁହେଁ ବୁଝିଲୁ ।
ତେବେ ଲୋକଙ୍କ ଆଶା ଭରସାକୁ ଅତୁଟ ରଖିବାରେ ମୋଦୀ ସରକାର ସମର୍ଥ ହୋଇଛି । ଏହି ୧୧ ବର୍ଷର ସଫଳତାର ତାଲିକା ବହୁତ ଲମ୍ବା ଏବଂ ଯୁଗାନ୍ତକାରୀ । ସଂକ୍ଷେପରେ କହିବାକୁ ଦେଶରେ ମୋଦୀ ସରକାର ଆସିବା ପରେ ଆମ ଦେଶର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଅବସ୍ଥାରେ ଅଦ୍ଭୁତ ପୂର୍ବ ଭାବେ ପରିବର୍ତ୍ତନ ଆସିଥିଲା । ଦେଶରେ ଏକ ସ୍ଥିର ଶାସନ ଆସିଥିଲା । ନିଜ ନେତୃତ୍ୱକାଳ ଭିତରେ ମୋଦୀ ସରକାର ଧାରା ୩୭୦ର ଉଚ୍ଛେଦ, ନାରୀଶକ୍ତି ବନ୍ଦନ ଅଧିନିୟମ, ତିନି ତଲାକର ଉଚ୍ଛେଦ, ଏକକ ଜିଏସଟିର ପ୍ରଚଳନ କରିଥିଲେ । ଏହାସହିତ ମୋଦୀ ସରକାର କୋଭିଡ୍ କବଳରୁ ମଧ୍ୟ ଲୋକଙ୍କୁ ଉଚିତ ସୁରକ୍ଷା ଦେବାରେ ସଫଳ ହେଇଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login