ଜଳେଶ୍ୱର : ଭୋଗରାଇ ବ୍ଲକର ୨ଟି ପୃଥକ ଗାଁରେ ୩ ମନ୍ଦିରରୁ ଚୋରି । ଝକଝକି ଗାଁର କାଳୀ ଓ ଶୀତଳା ମନ୍ଦିରରୁ ଅକକ୍ଟଅକାର ସହ ଦାନ ବାକ୍ସରୁ ଚୋରି । କମର୍ଦ୍ଦା ଥାନା ବେଣୁଦା ଗାଁ ଜଗନ୍ନାଥ ମନ୍ଦିରରୁ ମଧ୍ୟ ଅଳଙ୍କାର ଚୋରି । ଆଜି ସକାଳେ ଗ୍ରାମବାସୀ ଓ ପୂଜକଙ୍କ ନଜରକୁ ଆସିବା ପରେ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଛନ୍ତି । ପୁଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ବ କରିଛି । ତେବେ ଆନୁମାନିକ ୩ ମନ୍ଦିରରୁ ଦୁଇ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଚୋରୀ ହୋଇଥିବା ଜଣା ପଡିଛି ।
Views: 68