ପୁରୀ : ମହାପ୍ରସାଦରେ ରାସାୟନିକ ଯୁକ୍ତ ଚାଉଳ ବ୍ୟବହାର କୁ ନା’ । ଚଳିତ ବର୍ଷ ପ୍ରଥମକରି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ କୋଠ ଭୋଗରେ ଲାଗି ହେବ ଜୈବିକ ଚାଉଳ, ଅମୃତ ଅନ୍ନ।ଭୋଗ ମଣ୍ତପରେ ମଧ୍ୟ ନିର୍ଦ୍ଦିଷ୍ଟ ପରିମାଣର ଅନ୍ନ ମହାପ୍ରସାଦ ରନ୍ଧା ହେବ । ସୁଲଭ ଦରରେ ଏହି ମହାପ୍ରସାଦ ପାଇବେ ଭକ୍ତ । ମହାପ୍ରସାଦର ଗାରିମା ଓ ମର୍ୟ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଆଡ଼ପ ମଣ୍ଡପରେ ପ୍ରାୟ ୫ ଦିନ ମହାପ୍ରସାଦ ଭୋଗ ଲାଗିବାକୁ ଥିବାବେଳେ କୋରାପୁଟର ପ୍ରଗତି ନାମକ ସଂସ୍ଥା ଏନେଇ ୬ ଟି ସାମ୍ପୂଲ ଯୋଗାଇ ଦେଇଛି ।ବାସୁଭୋଗ, କଳାଜିରା, ମଲ୍ଲି, ବାସନ୍ତୀ ଚୁଡ଼ି, ହଳଦୀ ଚୁଡ଼ି, ବିରୋଧାନ ସାମ୍ପୁଲ ପରୀକ୍ଷଣ ପରେ କଳାଜିରାକୁ କୋଠ ଭୋଗରେ ଲାଗୁ ହେବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଆଗକୁ ଭୋଗ ମଣ୍ଡପରେ ମଧ୍ୟ ଲାଗୁ ହେବାକୁ ଯୋଜନା ରହିଛି ।
Views: 0