The Ultimate Managed Hosting Platform
ADVERTISEMENT

ଭାଲୁ ଆକ୍ରମଣରେ ଦୁଇ ବନ କର୍ମଚାରୀ ଆହତ

Facebook
Twitter
LinkedIn

କରଞ୍ଜିଆ : ବାଘ ଗଣନା ବେଳେ ଶିମିଳିପାଳ ଅଭୟାରଣ୍ୟରେ ଅଘଟଣ । ଭାଲୁ ଆକ୍ରମଣରେ ୨ ଜଣ ବନ କର୍ମଚାରୀ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇ କର୍ମଚାରୀଙ୍କୁ ଯଶୀପୁର ମେଡ଼ିକାଲରେ ଚିକିତ୍ସା ପରେ ନିଜ ଘରକୁ ପଠାଇ ଦିଆଯାଇଛି ।

ସୂଚନା ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ସମୟରେ ୨ ବନ କର୍ମଚାରୀ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି । ଏଭଳି ଅଘଟଣ ଘଟିଛି ଚହଲା ରେଞ୍ଜ ତାମଳବନ୍ଧା କୋର ବିଟ୍‌ରେ । ଗୁରୁତର ଦୁଇ କର୍ମଚାରୀଙ୍କୁ ଯଶୀପୁର ମେଡ଼ିକାଲରେ ଚିକିତ୍ସା ପରେ ନିଜ ଘରକୁ ପଠାଇ ଦିଆଯାଇଛି । ଏହାସହ ୧୦ ହଜାର ଟଙ୍କା ସହାୟତା ମଧ୍ୟ ଯୋଗାଇ ଦେଇଛି ବନ ବିଭାଗ । ଗୁରୁତର ୨ ବନ କର୍ମଚାରୀ ହେଉଛନ୍ତି ଚତୁର୍ଭୁଜ ସରେନ ଓ ରାଉଣ୍ଟେ ମାଝି । ମଙ୍ଗଳବାର ସନ୍ଧ୍ୟାରେ ଘଟଣା ଘଟିଥିବା ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ସହକାରୀ ବନ୍ୟ ସଂରକ୍ଷକ ପ୍ରଦୀପ ଦେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋାଦିଙ୍କ ସମ୍ବୋଧନ । ପରାଜୟର ନିରାଶାରୁ ବିରୋଧିଙ୍କୁ ବାହାରିବାକୁ ଅପିଲ କଲେ ମୋଦି ।କିଛି ବିରୋଧୀ ଦଳ...

ADVERTISEMENT

Login