May 15, 2024 1:13 pm

The Ultimate Managed Hosting Platform
ADVERTISEMENT

ଯୁବକକୁ ଧକ୍କା ଦେଇ ଓଲଟିପଡିଲା ବସ୍

Facebook
Twitter
LinkedIn

ସୋନପୁର : ଯୁବକକୁ ଧକ୍କା ଦେଇ ଓଲଟିଲା ବସ୍ । ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ନାୟକପଡା ଗାଁର ଅଭିମନ୍ୟୁ ସାହୁ ବୋଲି ଜଣାପଡିଛି । ଏପରି ଦୁର୍ଘଟଣା ଘଟିଛ ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ବିଶିପଡା ଓ ନାୟକପଡା ମଝିରେ ।

ସୂଚନା ଅନୁଯାୟୀ, ପତି ଟ୍ରାଭେଲ୍ସ ନାମକ ଏକ ଘରୋଇ ବସ୍ ବାହାଘର ସାରି ବୀରମହାରାଜପୁରକୁ ଫେରୁଥିଲା । ତେବେ ଗାଡିରେ କୌଣସି ଯାତ୍ରୀ ନଥିବାବେଳେ ଦ୍ରୁତ ଗତିରେ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । ବସ୍ ଟି ନାୟକପଡା ନିକଟରେ ଏକ ଗାଡିକୁ ସାଇଡ୍ ଦେବାକୁ ଯାଇ ରାସ୍ତା କଡରେ ଛିଡା ହୋଇଥିବା ଜଣେ ଯୁବକଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଯୁବକଙ୍କୁ ଧକ୍କା ଦେଇ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିଥିବା ଜଣାପଡିଛି । ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ମଙ୍ଗଳବାର ରାତିରୁ ଉତ୍ତେଜନା ଲାଗିରହିଛି । ଏନେଇ କ୍ଷତିପୂରଣ ଦାବିରେ ଗ୍ରାମବାସୀ ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାକୁ ଅବରୋଧ ଜାରି ରହିଛି । ଘଟଣାସ୍ଥଳରେ ବୀରମହାରାଜପୁର ପୋଲିସ ପହଞ୍ଚି ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn
ADVERTISEMENT

Recent News

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ମୁମ୍ବାଇ: ସୋମବାର ଶେୟାର ବଜାରରେ କମ୍ପନ ଦେଖାଦେଇଛି। ବଜାର ଖୋଲିବାମାତ୍ରେ ସେନସେକ୍ସ ୭୦୦ ଅଙ୍କ ଖସିଛି। ଏହା ସହିତ ଟାଟାର ଶେୟାର ଧରାଶାୟୀ ହୋଇଛି। ମୁଦ୍ରାସ୍ଫୀତି ତଥ୍ୟ...

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୂଆଦିଲ୍ଲୀ: ନୁଡୁଲ୍ସ ଖାଇବା ପରେ ଚାଲିଗଲା ବାଳକର ଜୀବନ। ଉତ୍ତରପ୍ରଦେଶର ପିଲିଭିତରେ ଘଟିଛି ଏଭଳି ଘଟଣା। ଗୋଟାଏ ପରିବାରର ୬ଜଣ ଲୋକ ନୁଡୁଲ୍ସ ଖାଇବା ପରେ ଅସୁସ୍ଥ...

ADVERTISEMENT
୨ ପୋଲିଂ ଅଫିସର ସସପେଣ୍ଡ

୨ ପୋଲିଂ ଅଫିସର ସସପେଣ୍ଡ

ଭୁବନେଶ୍ବର : ଓଡ଼ିଶାରେ ଚାଲିଛି ପ୍ରଥମ ପର୍ୟ୍ୟାୟ ମତଦାନ। ତେବେ ନିର୍ବାଚନ କାର୍ୟ୍ୟରେ ଅବହେଳା ପାଇଁ ୨ ପୋଲିଂ ଅଧିକାରୀ ନିଲମ୍ବିତ । କଳାହାଣ୍ଡି ନର୍ଲାର ଏକ...

Login