ବାଙ୍କୀ : ବିଦ୍ୟୁତ ଫାଶ ସଂସ୍ପର୍ଶରେ ଆସି ଚାଷୀଙ୍କ ମୃତ୍ୟୁ । କୁଶପଙ୍ଗୀ ଗାଁରେ ଅଭାବନୀୟ ଘଟଣା । ବିଦ୍ୟୁତ ସଂଯୋଗ କରିଥିବା ବ୍ୟକ୍ତିକୁ ଗିରଫଦାବି । ପ୍ରତିବାଦରେ ପରିବାର ଲୋକଙ୍କ ରାସ୍ତାରୋକ । କଟକ-ବାଙ୍କୀ ମୁଖ୍ୟରାସ୍ତାରେ ଯାତାୟତ ବାଧାପ୍ରାପ୍ତ । ପ୍ରତିବାଦରେ ଗାଁ ଲୋକ ରାସ୍ତାରୋକ କରିଛନ୍ତି । ବାରହା ଧାନ ଫସଲ ନଷ୍ଟ କରିବା ଭୟରେ ପଡୋଶୀ ଜମିରେ ତାର ବାଡ଼ରେ ବିଦ୍ୟୁତ ସଂଯୋଗ କରିଥିବା ବେଳେ ବିଦ୍ୟୁତ ଆଘାତରେ ଚାଷୀଙ୍କ ଜୀବନ ଯାଇଛି । ଏହି ଘଟଣାରେ ବିଦ୍ୟୁତ ସଂଯୋଗ କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା ସହିତ ମୃତ ଚାଷୀଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବିରେ ରାସ୍ତା ଉପରେ ଧାରଣା ଦେଇଛନ୍ତି କୁଶପଙ୍ଗୀ ବାସିନ୍ଦା ।
Views: 61