ବୈାଦ୍ଧ : ବାଇକକୁ ପିଟିଲା ପିକଅପ । ଜଣଙ୍କର ଚାଲିଗଲା ଜୀବନ । ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି । ବାଉଁଶୁଣୀ ଥାନା ଦନ୍ତାପାଲି ପେଟ୍ରୋଲପମ୍ପ ନିକଟରେ ଦୁର୍ଘଟଣା । କ୍ଷତିପୂରଣ ଦାବିରେ ମୃତଦେହ ରଖି ସ୍ଥାନୀୟ ଲୋକଙ୍କ ରାସ୍ତାରୋକ । ଏନଏଚ-୫୭ ଖୋର୍ଦ୍ଧା –ବଲାଙ୍ଗୀର ରାସ୍ତାରେ ଯାତାୟତ ବାଧାପ୍ରାପ୍ତ । ସୂଚନା ଅନୁଯାୟୀ, ଗୋଛାପଡ଼ା ଗ୍ରାମର ଦର୍ଶନ ମେହେର ଓ ତାଙ୍କ ବାପା ମଛିନ୍ଦ୍ର ମେହେର ଏକ ବାଇକ ଯୋଗେ ବୌଦ୍ଧ ଯାଉଥିଲେ। ଦର୍ଶନ ବାଇକ ଚଳାଉଥିବା ବେଳେ ମଛିନ୍ଦ୍ର ବାଇକ ପଛରେ ବସିଥିଲେ। ଏତିକିବେଳେ ପେଟ୍ରୋଲ ପମ୍ପ ସାମ୍ନାରେ ଏକ ପିକଅପ୍ ତାଙ୍କ ବାଇକକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ପଛରେ ବସିଥିବା ମଛିନ୍ଦ୍ରଙ୍କ ଘଟଣା ସ୍ଥଳରେହିଁ ମୃତ୍ୟୁ ଘଟିଥିଲା। ଖବର ପାଇ ବାଉଁଶୁଣି ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛି।
Views: 66











