The Ultimate Managed Hosting Platform
ADVERTISEMENT

ଜେଲ ଉପରେ ଆତଙ୍କୀ ହମଲା ଆଲର୍ଟ

Facebook
Twitter
LinkedIn

ଜମ୍ମୁ : ଜମ୍ମୁ-କାଶ୍ମୀରରେ ଜେଲ ଉପରେ ଆତଙ୍କୀ ହମଲା ଆଲର୍ଟ । ଶ୍ରୀନଗର ସେଣ୍ଟ୍ରାଲ ଜେଲରେ ଆକ୍ରମଣ ଆଶଙ୍କା । ଜେଲ ସୁରକ୍ଷା ନେଇ ସିଆଇଏସଏଫକୁ ଦିଆଗଲା ଦାୟିତ୍ୱ । ଶ୍ରୀନଗର ସେଣ୍ଟ୍ରାଲ ଜେଲ୍ ଏବଂ ଜମ୍ମୁର କୋଟ ବଲୱାଲ ଜେଲ୍ ରେ ବର୍ତ୍ତମାନ ଅନେକ ହାଇ ପ୍ରୋଫାଇଲ୍ ଆତଙ୍କବାଦୀ ଏବଂ ସ୍ଲିପର ସେଲ୍ ସଦସ୍ୟ ଅଛନ୍ତି । ଏମାନେ ଲଜିଷ୍ଟିକ୍ ସାହାଯ୍ୟ, ଆଶ୍ରୟ ଏବଂ ଆକ୍ରମଣରେ ସିଧାସଳଖ ସମ୍ପୃକ୍ତ ନ ଥିଲେ ମଧ୍ୟ ଆତଙ୍କବାଦୀଙ୍କୁ ସହାୟତା ଯୋଗାଇବା ପାଇଁ ଜଣାଶୁଣା । ଏହି ଜେଲ୍ ଗୁଡିକୁ ଆତଙ୍କବାଦୀ ଟାର୍ଗେଟ କରି ପାରନ୍ତି ବୋଲି ଗୁଇନ୍ଦା ସୂଚନା ମିଳିଛି । ସୂଚନା ମିଳିବା ପରେ ଉଚ୍ଚ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି ସିଆଇଏସଏଫ୍ ଡିଜି । ସମୀକ୍ଷା ପରେ ଜେଲ ଗୁଡିକର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ୨୦୨୩ରେ ସିଆଇଏସଏଫକୁ ଜମ୍ମୁ କଶ୍ମୀର ଜେଲର ସୁରକ୍ଷା ଦାୟିତ୍ବ ଦିଆଯାଇଥିଲା । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଏନଆଇଏ ଜମ୍ମୁ ଜେଲରେ ବନ୍ଦ ଥିବା ଦୁଇ ଓଭର ଗ୍ରାଉଣ୍ଡ ୱାର୍କର ନିସାର ଏବଂ ମୁସ୍ତାକକୁ ପଚରାଉଚରା କରିଥିଲା । ଦୁହେଁ ଏପ୍ରିଲ ୨୦୨୩ରୁ ଜମ୍ମୁ ଜେଲରେ ବନ୍ଦୀ ରହିଛନ୍ତି । ଏମାନେ ୨୦୨୩, ଜାନୁଆରୀ ୧ ରଜୌରୀରେ ହୋଇଥିବା ଆତଙ୍କୀ ଆକ୍ରମଣର ସଂପୃକ୍ତ ହୋଇ ଗିରଫ ହୋଇଥିଲେ । ଏହି ଘଟଣାରେ ଦୁଇ ଜଣ ପିଲା ସହିତ ୭ ଜଣ ନାଗରିକଙ୍କ ପ୍ରାଣ ଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login