ଖଡିଆଳ : ଖଡିଆଳରେ ଫୁଟିଲା ଗୁଳି, ବର୍ତ୍ତିଗଲେ ଯୁବକ । ଶାନ୍ତିନଗର ପଡାରେ ଯୁବକଙ୍କ ଉପରକୁ ଫାୟାରିଂ । ଫାୟାରିଂ ପରେ ୨ ଦୁର୍ବୁତ୍ତ ଘଟଣାସ୍ଥଳରୁ ଫେରାର । ଗୁଳିକାଣ୍ଡ କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ । ଆଜି ସକାଳୁ ଶାନ୍ତିନଗରପଡାର ଗୌରବ ଅଗ୍ରୱାଲ ନିଜ ଘର ଆଗରେ ଠିଆ ହୋଇଥିଲେ । ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳିମାଡ କରିଥିଲେ । ସୌଭାଗ୍ୟବଶତଃ ତାଙ୍କ କୌଣସି କ୍ଷୟକ୍ଷତି ହୋଇନାହିଁ । ଏହି ଅଞ୍ଚଳକୁ ୩ଜଣ ବନ୍ଧୁକଧାରୀ ୩ଦିନ ଧରି ଆସୁଥିଲେ । ସେମାନେ ହିନ୍ଦୀରେ କଥାବାର୍ତ୍ତା ହେଉଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ପରେ ସିସିଟିଭି ଯାଞ୍ଚ କରି ତଦନ୍ତ କରୁଛି ପୋଲିସ ।
Views: 42











