କେନ୍ଦୁଝର : ଧୀରେ ଧୀରେ ଖୋଲୁଛି ଗୁମର । ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ଅନ୍ୟ ସବୁ ବିଶ୍ୱବିଦ୍ୟାଳୟରେ ନିର୍ଯ୍ୟାତନା ଓ ଅସଦାଚରଣ ଘଟଣା ସାମ୍ନାକୁ ଆସୁଛି । ଏହାରି ଭିତରେ ବର୍ତ୍ତମାନ କେନ୍ଦୁଝର ଧରଣୀଧର ବିଶ୍ଵବିଦ୍ୟାଳୟରେ ୧ ବର୍ଷ ପୂର୍ବରୁ ଗୁରୁ-ଶିଷ୍ୟ ପରମ୍ପରାରେ ଲାଗିଥିବା କଳଙ୍କ ଘଟଣା ଶୁଣିବାକୁ ମିଳୁଛି । ସୂଚନା ଅନୁସାରେ ୧ବର୍ଷ ପୂର୍ବେ ଧରଣୀଧର ବିଶ୍ଵ ବିଦ୍ୟାଳୟର ଇଂରାଜୀ ବିଭାଗର ଅଧ୍ୟାପକ ତାଙ୍କ ସରକାରୀ ବାସଭବନରେ ଜଣେ ଛାତ୍ରୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଧରାପଡିବା ପରେ ଅଧ୍ୟାପକଙ୍କ ସହକାରୀ ବାସଭବନ ସମ୍ମୁଖରେ ଥିବା ହଷ୍ଟେଲ୍ ର ଛାତ୍ରମାନେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ । ପରେ ସମ୍ପୃକ୍ତ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଥିଲା । ଛାତ୍ରମାନେ ସମ୍ପୃକ୍ତ ଅଧ୍ୟାପକଙ୍କୁ ଘେରାଉ କରିଥିଲେ । ଏ ବିଷୟ ଜଣା ପଡ଼ିବା ପରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ପଦବୀରୁ ବିହିଷ୍କୃତ କରିବା ସହ, ସମ୍ପୃକ୍ତ ଅଧ୍ୟାପକଙ୍କୁ ସରକାରୀ ବାସଭବନରୁ ତଡ଼ି ଦେଇଥିଲେ । ଏହାପରେ ବିଶ୍ଵବିଦ୍ୟାଳୟ ତରଫରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ହେଲେ, ସେ ଏହାପାଇଁ କୌଣସି ସନ୍ତୋଷଜନକ ଉତ୍ତର ନଦେବା କାରଣରୁ ତାଙ୍କୁ ଇଂରାଜୀ ବିଭାଗର ସଂଯୋଜକ ପଦରୁ ବହିଷ୍କାର କରାଯାଇଥିଲା । ଏ ସମ୍ପର୍କରେ ଛାତ୍ରମାନେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଜମା କରିଥିବା ଭିଡ଼ିଓ କ୍ଲିପିଙ୍ଗ, ଅଭିଯୋଗ ଆଦି ବିଶ୍ଵବିଦ୍ୟାଳୟ ତରଫରୁ ଗଠନ କରାଯାଇଥିବା ଆଇସିସି କୁ ହସ୍ତାନ୍ତର କରାଯାଇଥିଲା । ବିଗତ ୧ ବର୍ଷ ଧରି ଏ ସମ୍ପର୍କରେ ଆଇସିସି ତଦନ୍ତ ଜାରି ରଖିଥିବା କହିଛନ୍ତି ବିଶ୍ଵବିଦ୍ୟାଳୟର ଓଏସଡି ।
ବର୍ଷେ ତଳେ ଧରଣୀଧର ବିଶ୍ୱ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ ଶିକ୍ଷକ, ଆଇସିସି କରୁଛି ତଦନ୍ତ
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











