The Ultimate Managed Hosting Platform
ADVERTISEMENT

ବଢିଲା ଠୁମକେଶ୍ୱରୀଙ୍କ ଡିମାଣ୍ଡ।

Facebook
Twitter
LinkedIn

ମୁମ୍ୱାଇ ୦୯/୧୧: ଅମର କୌଶିକଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଭେଡ଼ିୟା’ର ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହେଉଛନ୍ତି ଅଭିନେତ୍ରୀ କ୍ରିତି ସାନନ୍‌ । ଏଥିରେ ସେ ଡାକ୍ତର ଭୂମିକା ନିର୍ବାହ କରିଛନ୍ତି । ଫିଲ୍ମରେ ତାଙ୍କ ସହ ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରିଛନ୍ତି ବରୁଣ ଧୱନ ।

‘ଭେଡ଼ିୟା’ର ପ୍ରମୋସନ୍‌ରେ କ୍ରିତି ଏବେ ବ୍ୟସ୍ତ । ଫିଲ୍ମର ଏକ ଗୀତ ‘ଠୁମ୍‌କେଶ୍ୱରୀ’ର ରିଲିଜ୍‌ ପରେ ଦର୍ଶକ କ୍ରିତିଙ୍କୁ ଠୁମ୍‌କେଶ୍ୱରୀ ନାମରେ ସମ୍ବୋଧନ କରିବା ଆରମ୍ଭ କରିଛନ୍ତି । ତେବେ କ୍ରିତି କିନ୍ତୁ ସେଥିରୁ ଏପର୍ଯ୍ୟନ୍ତ ବାହାରି ନାହାନ୍ତି । ଗତକାଲି ସେ ଦୁଇଟି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ, ଯେଉଁଥିରେ ତାଙ୍କୁ ଇଣ୍ଡିଆନ୍‌ ଆଇଡଲ୍‌-୧୩ରେ ସେଟ୍‌ରେ ଦେଖିବାକୁ ମିଳିଥିଲା ।

ଫଟୋ ସହ ସେ କ୍ୟାପ୍‌ସନ୍‌ ଲେଖିଥିଲେ ‘ଠୁମ୍‌କେଶ୍ୱରୀ ଶାଢ଼ି ମସ୍ତି’ । ନିକଟରେ କ୍ରିତି ଓ ବରୁଣ ଫିଲ୍ମର ଆଉ ଏକ ଗୀତ ‘ଅପ୍‌ନା ବନା ଲେ’ ରିଲିଜ୍‌ କରିଥିଲେ । ଗୀତଟିକୁ ଗାଇଛନ୍ତି ଅରିଜିତ ସିଂହ । ଏଇଟି ତାମିଲ ଓ ତେଲୁଗୁରେ ମଧ୍ୟ ମୁକ୍ତିଲାଭ କରିଛି । ହାଇଦ୍ରାବାଦରେ ଫିଲ୍ମ ପ୍ରମୋସନ୍‌ ପୂର୍ବରୁ ଉଭୟ କ୍ରିତି ଓ ବରୁଣ ଗୀତର ତାମିଲ ଓ ତେଲୁଗୁ ସଂସ୍କରଣକୁ ଶିଖିବାକୁ ଚେଷ୍ଟା କରିଛନ୍ତି ।

‘ଭେଡ଼ିୟା’ର ପ୍ରମୋସନ୍‌ ସମୟର ଉଭୟ ବେଶ ମଜାଦାର ଅନୁଭୂତି ଶେୟାର କରୁଛନ୍ତି । ଉଭୟଙ୍କ କେମିଷ୍ଟ୍ରିକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି । ଥିଏଟରରେ ଫିଲ୍ମ ଦେଖିବାକୁ ଚାତକ ପରି ଚାହିଁଛନ୍ତି ଫ୍ୟାନ୍‌ । ଦିନେଶ ଭିଜନଙ୍କ ପ୍ରଯୋଜନାରେ ନିର୍ମିତ ‘ଭେଡ଼ିୟା’ ଆସନ୍ତା ୨୫ ତାରିଖରେ ମୁକ୍ତିଲାଭ କରିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login