The Ultimate Managed Hosting Platform
ADVERTISEMENT

ଫୁଲତୋଳିବାକୁ ଯାଇ ବିଦ୍ୟୁତ ଆଘାତରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

Facebook
Twitter
LinkedIn

ସୋର : ଫୁଲତୋଳିବାକୁ ଯାଇ ବିଦ୍ୟୁତ ଆଘାତରେ ଚାଲିଗଲା ବୃଦ୍ଧାଙ୍କ ଜୀବନ । ଖନ୍ତାପଡା ଥାନା ବାହାନଗା ଗାଁରେ ଅଭାବନୀୟ ଘଟଣା । ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କଲେ ପରିବାର ଲୋକ । ଅନ୍ୟ ୨ ଜଣ ମଧ୍ୟ ବିଦ୍ୟୁତ ଆଘାତରେ ଆହତ ହୋଇଥିବା ସୂଚନା । ଅଭିଯୋଗ ଅନୁସାରେ, ଖନ୍ତାପଡ଼ା ଥାନା ବାହାନଗା ପଞ୍ଚାୟତ ଦରଡ଼ିହା ଗ୍ରାମର ଅନ୍ନପୂର୍ଣ୍ଣା ବାରିକ ସକାଳେ ଫୁଲ ତୋଳିବାକୁ ଯାଇଥିଲେ। ମାତ୍ର ସେଠାରେ ବିଦ୍ୟୁତ ବିଭାଗର ପକ୍ଷରୁ ଏକ ତାରକୁ କାଟି ଗଛରେ ଗୁଡ଼ାଇ ଦିଆଯାଇଥିଲା। ଫଳରେ ଫୁଲ ତୋଳିବା ସମୟରେ ଅନ୍ନପୂର୍ଣ୍ଣା ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଖନ୍ତାପଡ଼ା ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଦ୍ୟୁତ ବିଭାଗର ଅବହେଳା ପାଇଁ ଅନ୍ନପୂର୍ଣ୍ଣା ଜୀବନ ଯାଇଥିବା ନେଇ ତାଙ୍କ ପୁଅ ରତିକାନ୍ତ ବାରିକ ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ମୂଳେ ଘଟଣାର ତଦନ୍ତ ଆରମ୍ଭ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

ADVERTISEMENT

Login