ନୂଆଦିଲ୍ଲୀ : ସତ ମାନିଲା ପାକିସ୍ତାନ ।ଭାରତର ପ୍ରଚଣ୍ଡ ଆକ୍ରମଣକୁ ପାକ ପ୍ରଧାନମନ୍ତ୍ରୀଙ୍କ ସ୍ୱୀକାର । ବାୟୁସେନାର ଆକ୍ରମଣକୁ ମାନିଲେ ସେହବ୍ୱାଜ ସରିଫ । ନୂର ଖାନ ଏୟାରବେସରେ ମିସାଇଲ ମାଡକୁ ସ୍ୱୀକାର କଲେ । ଆର୍ମି ମୁଖ୍ୟ ଅସିମ ମୁନିର ରାତି ୨ଟା୩୦ ମିନିଟରେ ଫୋନ କରିଥିଲେ । ଭାରତ ବାଲିଷ୍ଟିକ ମିସାଇଲ ମାଡ କରିଥିବା ଜଣାଇଥିଲେ । ପୂର୍ବରୁ ସତ ମାନିବାକୁ ନାରାଜ ଥିବା ପାକିସ୍ତାନ ମିଛରେ ନିଜ ଦେଶର ବିଜୟ ହୋଇଛି କହି ଖୁସି ମନାଉଥିବା ବେଳେ ନିଜେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପାକ୍ ସେନାଙ୍କ ସାହସକୁ ନେଇ ବହି ଲେଖିବେ ବୋଲି କହିଥିଲେ । ହେଲେ ଏକ କାର୍ୟ୍ୟକ୍ରମରେ ସରିଫ ନିଜେ କହିଛନ୍ତି, ଗତ ମେ‘ ୧୦ ତାରିଖ ରାତି ୨ଟା ୩୦ରେ ସେନା ମୁଖ୍ୟ ଅସୀମ ମୁନୀର ସିକ୍ୟୁର ଲାଇନରେ ଫୋନ୍ କରି ଭାରତର ମିସାଇଲ ଆକ୍ରମଣ ବାବଦରେ ମତେ କହିଥିଲେ । ପାକିସ୍ତାନର ନୂରଖାନ୍ ଏୟାରବେସ୍ ଓ ଅନ୍ୟ ଅଞ୍ଚଳରେ ଭାରତୀୟ ସେନା ଆକ୍ରମଣ କରିଥିବା ସୂଚନା ଦେଇଥିଲେ । ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏଭଳି ବୟାନ ଦର୍ଶାଉଛି, ଅପରେସନ ସିନ୍ଦୂରରେ ପାକ୍ ଉପରେ ଜୋରଦାର ଆକ୍ରମଣ କରିଥିଲା ଭାରତ । ଏହାପୂର୍ବରୁ ପାକ୍ ଏୟାରବେସ୍ ଉପରେ ଭାରତର ଆକ୍ରମଣକୁ ବାରମ୍ବାର ଫାଙ୍କି ଆସୁଥିଲା ପାକିସ୍ତାନ । ହେଲେ ଯେତେବେଳେ ଖୋଦ୍ ପ୍ରଧାନମନ୍ତ୍ରୀ ସତ ମାନିଛନ୍ତି ଏବେ ବିଶ୍ବ ଜାଣିଲା ଯେ ଆତଙ୍କୀଙ୍କୁ ପ୍ରଶ୍ରୟ ଦେଲେ ଭାରତ କେମିତି ଶକ୍ତ ପ୍ରହାର କରିପାରେ ବୋଲି ।
ମାନିଲା ପାକିସ୍ତାନ, ଭାରତର ପ୍ରଚଣ୍ଡ ଆକ୍ରମଣକୁ ପାକ ପ୍ରଧାନମନ୍ତ୍ରୀଙ୍କ ସ୍ୱୀକାର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











